ପୌଷ ପୂର୍ଣମୀ ରେ କଅଁଳିଲାନି କୁଶ , କୋଦଳା ର ବିବାଦୀୟ ନେତା କରିଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତି କାର୍ଯ୍ୟକ୍ରମ କୁ ପୁରା ଫିକା କରିଦେଲା

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଆଗାମୀ 2024 ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଏବେଠାରୁ ନେତା ହେଲେଣି ସଜବାଜ l କିଏ କର୍ମୀ ଙ୍କୁ ଏକଜୁଟ କରିବା ଲାଗି କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କଲେଣି ତ କିଏ ଦଳରେ ରହି ଦଳ ବିଦ୍ରୋହ ସୃଷ୍ଟି କଲେଣି l ଆଉ ବର୍ଷ ବର୍ଷ ଧରି ଜନସାଧାରଣ ଙ୍କୁ ଧରାଛୁଆଁ ଦେଉନଥିବା ଓ ଭୁଆଁ ବୁଲାଉଥିବା ନେତା ଏବେ ନିଜ ସାମର୍ଥ୍ୟ ଦଳିଅ କର୍ମକର୍ତା ଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଇ କେତେକ କୁଜିନେତା ଓ ନିରୀହ ଜନତା ଙ୍କୁ ମିଥ୍ୟା ପ୍ରତିଶୃତି, ମିଛ ବାହାନ ଓ ଖାଦ୍ୟ ପ୍ରଲୋଭନ ଦେଖାଇ କରୁଛନ୍ତି ଜନ ସମାଗମ l ଆଉ ନିଜକୁ ନିଜେ ବୋଲାଉଛନ୍ତି ନେତା l କିନ୍ତୁ ବିଗତ ସାଧାରଣ ନିର୍ବାଚନ ଗୁଡିକ ରେ ଜନତା ଏହି ଭଳି ବିବାଦୀୟ ନେତା ଙ୍କୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି l ବିଶେଷ କରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚିନ ମଣ୍ଡଳୀରେ ବହୁବାର ଦେଖିବାକୁ ମିଳିଛି l ଗତ 2014 ଏବଂ 2019 ସାଧାରଣ ନିର୍ବାଚନ ରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ 2024 ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଲାଣି l ପୂର୍ବରୁ ବିଜେଡିରୁ ବହିଷ୍କୃତ ଓ ପରେ ପୁଣି ବିଜେଡି ରେ ଯୋଗଦେଇ ରାଜନୀତି ରେ ବିବାଦୀୟ ହୋଇଥିବା କୋଦଳା ର ଜଣେ କୁଜିନେତା ଓ ଗତ ପଂଚାୟତ ନିର୍ବାଚନରେ ବିଜେଡି କୁ ବିରୋଧ କରି ସ୍ୱାଧୀନ ଭାବରେ ସରପଞ୍ଚ ଓ ସମିତି ସଭ୍ୟ ଛିଡା କରିଥିଲେ କିନ୍ତୁ ସେଇମାନେ ବିପୁଳ ଭୋଟ ବ୍ୟବଧାନ ରେ ପରାଜୟ ହୋଇଥିଲେ କିନ୍ତୁ ଏବେ କିଛି ଲୋକଙ୍କୁ ଧରି ବାବୁ ଆରମ୍ଭ କଲେଣି ଦଳବିରୋଧୀ କାର୍ଯ୍ୟକ୍ରମ l ସେ ନିଜକୁ କହୁଛନ୍ତି ମୁଁ ଚାଷୀ ଙ୍କ ପାଇଁ ଲଢ଼ୁଛି କହି ଶୁକ୍ରବାର ଦିନ ଲୋକଙ୍କ ସମାବେଶ କରିଥିଲେ l ହେଲେ ସେଥିରେ ନିର୍ବାଚିତ ପ୍ରତିନିଧି ଙ୍କ ଦେଖା ମିଳିନଥିଲା l ଫଳରେ ଏହି କାର୍ଯ୍ୟକ୍ରମ ଫସର ଫାଟିଯାଇଥିଲା l ଏହି ନେତା ଗତ କରୋନା ମହାମାରୀ ରେ ଲୋକେ ହାହା କାର ହେଉଥିବା ବେଳେ ବାବୁ କୁଆଡେ ଏସିରେ ରହୁଥିଲେ ଏବେ ଲୋକଙ୍କ ସେବା କରିବାକୁ କୁଆଡେ ଅବ୍ରିଭାବ ହୋଇଥିବା ଆଲୋଚନା ହେଉଛି l ତବେ ଏଠି ପ୍ରଶ୍ନ ଉଠୁଛି ବିବାଦୀୟ ନେତାକୁ କାହିଁକି ଦଳବିରୋଧୀ କାର୍ଯ୍ୟକ୍ରମ କଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିୟଯାଉନାହିଁ l ଯଦି ଦେଖିବା ବର୍ତମାନ ର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରତେକ ସମୟରେ ଏହି ଅଞ୍ଚଳ ଲୋକଙ୍କ ପାଖରେ ରହି ସେବା କରିଆସୁଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ରେ ଲୋକେ ଓ ଦଳ କାହାକୁ ଚୟନ କରୁଛନ୍ତି ତାହା ଦେଖିବାକୁ ବାକିରହିଲା


Share: