ଭୁବନ ର ବିଭିନ୍ନ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ରାଜ୍ଯ ସଂସ୍କୃତି ନିର୍ଦ୍ଦେଶକ

Share:

ପପୁ କୁମାର ସାହୁ

ଭୁବନ :ଭୁବନ ର ବିଭିନ୍ନ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l ଏଥିପାଇଁ ଆଜି ରାଜ୍ଯ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ଦାସ ଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭୁବନ ନୀଳକଣ୍ଠପୁର୍ ଉଦ୍ୟାନ, ବାଜିରାଉତ ସ୍ମୃତି ସ୍ତମ୍ଭ, ବୁଦ୍ଧେଶ୍ବର ମନ୍ଦିର, ଇଣ୍ଡୋର୍ ଷ୍ଟାଡିୟମ୍, ବୁଦ୍ଧେଶ୍ବର ମନ୍ଦିର କୁ ସଂଯୋଗ କରୁଥିବା ନୂଆ ଭୂବନ ରାସ୍ତା ଆଦି ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ l ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ତ୍ତ ବିଭାଗ, ଉଦ୍ୟାନ କୃଷି ବିଭାଗ, ପର୍ଯ୍ୟଟନ ବିଭାଗ ର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭୁବନ ଏନ୍ଏସି ନଗରପାଳ ଶୁଭେନ୍ଦୁ ସାହୁ, ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ଯାଣ ସୌରଭ ଦାସ, କାଉନ୍ସିଲର ପପୁ ସାହୁ ପ୍ରମୂଖ ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ l


Share: