କୋଦଳା ଏନଏସି ଅଧ୍ୟକ୍ଷଙ୍କ ମନମାନି ଶ୍ରମିକଦିବସରେ ଡାକିଲେନି କିଛି କାଉନସିଲର ଙ୍କୁ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ -ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ
ଆଜି ଶ୍ରମିକ ଦିବସ ଥିବାବେଳେ କୋଦଳା ଏନଏସି ତରଫରୁ ସ୍ଥାନୀୟ କଲ୍ୟାଣୀ ମଣ୍ଡପ ଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଡାକି ପୁରସ୍କୃତ କରିଥିବା ବେଳେ ଡାକିଲେ ନାହିଁ କିଛି କାଉନସିଲର ଙ୍କୁ।
ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ନିଜ ପୁଅ ଡ୍ରାଇଭର ଓ କିଛି କାଉନସିଲର ଙ୍କ ସ୍ୱାମୀ ଙ୍କୁ ଡାକି ନିଜେ ବାହା ବାହା ନେବାପାଇଁ ଏଇ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ବାଟରେ ହାଟରେ ଚର୍ଚ୍ଚା ହେଉଛି।
ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟଖ୍ୟା ଓ ୪ନମ୍ବର ଓ ୮ନମ୍ବର ଓ୍ଵାର୍ଡ ର କାଉନସିଲର ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ଭିତରେ ତାଙ୍କ ପୁଅ କିଛି ସାଙ୍ଗ ଡ୍ରାଇଭର ଓ କିଛି କାଉନସିଲର ଙ୍କ ସ୍ୱାମୀମାନେ ଯୋଗ ଦେଇଥିଲେ।ରାଜ୍ୟ ସରକାର ଆଜି ଶ୍ରମିକଦିବସ ଉପଲକ୍ଷେ ଶ୍ରମିକ ମାନଙ୍କ ଦୈନିକ ୧୧ଟଙ୍କା ଲେଖାଏଁ ଟଙ୍କା ବଢ଼େଇ ଥିବାବେଳେ ସେଇଠାରେ କିନ୍ତୁ ଏହା କେନ୍ଦ୍ର ଦେଇଛି ବୋଲି ମତ ପ୍ରକାଶ କରିଥିଲେ ୮ନମ୍ବର କାଉନସିଲର ମଧୁସୂଦନ ଜେନା।
ଏଇ ବୈଠକରେ ରାଜନୀତି କରଣ କରି ଲୋକଙ୍କ ମନରେ ଏଇ ଭଳି ଭାବନା ଜାତ କରିଥିବାରୁ
ଏଇ ଭଳି କାର୍ଯ୍ୟ କୁ ଦୃଢ଼ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ଅଧ୍ୟକ୍ଷ ନିଜେ କହି ବୁଲୁଥିଲେ ଯଦି ରାଜନୀତିକୁ ଆସେ ରାଜନୀତି କାରଣ ନ କରି ନିଃସ୍ଵାର୍ଥପର ଭାବରେ ଲୋକଙ୍କ ସେବା କରିବି।
ଏବେ ପ୍ରଶ୍ନ ଉଠୁଛି ଏଇଟା କଣ ରାଜନୀତି କରଣ ନୂହଁ କି?
ଏଇ ଭଳି ଯଦି ଆଗକୁ ପାରିବାରିକ ରାଜନୀତି କୋଦଳା ଏନଏସି ରେ କରନ୍ତି ତାହାହେଲେ ଏକ ବଡ଼ ଆନ୍ଦୋଳନ କରିବେ ବୋଲି ଅନ୍ୟ କାଉନସିଲର ମାନେ କହିଛନ୍ତି।


Share: