ସରସ୍ବତୀ ଶିଶୁମନ୍ଦିର ର 24ତମ ବାର୍ଷିକୀ ଉତ୍ସବ ପାଳିତ

Share:

ଅମୂଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଥେରୁବାଲି ଠାରେ ବିଦ୍ୟାଭରତୀ ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ମନ୍ଦିର ଥେରୁବାଲି ର 24ତମ ବାର୍ଷିକ ଉତ୍ସବ ଅତିଆଡମ୍ବର ରର ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ବିଭାଗ ଓ ଆଇନ ବିଭାଗ ଓଡିଶା ସରକାର ଯୋଗଦେଇ ଭଗବାନ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଥେରୁବାଲି ଠାରେ ମନ୍ତ୍ରୀ ପହଂଚିବା ପରେ ସ୍ଥାନୀୟ ସଂକୀର୍ତନ ଭଂଜନ ମଣ୍ଡଳୀ ଭକ୍ତିମୟ ପରିବେଶ ରେ ସ୍କୁଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଜେ ପିଲାମାନେ ବିଭିନ୍ନ ସ୍କୁଲରେ ପାଠ ପଡନ୍ତି କିନ୍ତୁ ବିଦ୍ୟା ଭାରତୀ ଶିକ୍ଷା ବିକାଶ ଓଡିଶା ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁମନ୍ଦିର ରେ ଅଧୟନ ରତ ଛାତ୍ର ଛାତ୍ରୀ ମାନେ ଅନ୍ୟ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ l ଏହି ଶିଶୁ ମନ୍ଦିରରେ ପଡୁଥିଲା ଛାତ୍ର ଛତ୍ରୀ ମାନଙ୍କୁ ପାଠ ପଢ଼ା ସହିତ ଉତ୍ତମ ସଂସ୍କାର ମଧ୍ୟ୍ୟ ଦିଆଯାଉଛି ଯୋଦ୍ୱାରା ଏହି ଅନୁଷ୍ଠାନ ରୁ ବାହାରୁ ଥିବା ଛାତ୍ର ଛାତ୍ରୀ ଅତି ସଂସ୍କାର ବାନ ଶିଷ୍ଟାଚାର ସହିତ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରୁଛନ୍ତି l ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ପ୍ରଭାତୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିବା ସହିତ ବହୁ ଛାତ୍ର ଛାତ୍ରୀ ଏହି ଅନୁଷ୍ଠାନ ରୁ ବାହାରି ନିଜକୁ କିଏ ଡାକ୍ତର ଟ କିଏ ଚାରାଟେଡ଼ ଏକାଉଣ୍ଟ ଭାବେ ନିଜକୁ ପରିଚୟ ଦେଇଛନ୍ତି ବୋଲି l ଶେଷରେ ମୁଖ୍ୟଅତିଥି ବାର୍ଷିକ କ୍ରୀଡା ରର ଶ୍ରେଷ୍ଠ ବିଜେତା ଖେଳାଳି ଙ୍କୁ ପୁରସ୍କାର ବିତରଣ କରିଥିଲେ l ସମ୍ମାନିତ ଅତିଥି ଭାବେ କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଆଇ ଧବଳେଶ୍ୱର ନାଇଡ଼ୁ, ଇମ୍ଫା କାରଖାନା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ,କୋଳନରା ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା, ଥେରୁବାଲି ସରପଞ୍ଚ ମମତା ପୁଲକା, ଡୁମୁରୀଗୁଡା ସରପଞ୍ଚ, ଆନନ୍ଦ ଚୌଧୁରୀ ଜ଼ିଲ୍ଲା ପ୍ରମୁଖ ଶିକ୍ଷା ବିକାଶ ରାୟଗଡା, ରମେଶ ଗୌଡ଼ ପ୍ରଧାନ ଆଚାର୍ଯ୍ୟ ବିଷମକଟକ ସରସ୍ବତୀ ଶିଶୁମନ୍ଦିର ଯୋଗ ଦେଇ ମଞ୍ଛାସିନ ରହିଥିଲେ l ନିମନ୍ତ୍ରିତ ଅତିଥିଭାବେ ବଡ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ, କୋଳନରା ର ମାନ୍ୟଗଣ ବ୍ୟକ୍ତି ଗେଡିଲା ଶାଶୁଭୁଷଣ ଶଶୀଭାଇ ବିଦ୍ୟଧର ପ୍ରଧାନୀ ଏନକିଟି ହୁଇକା, ହରି ଉର୍ଲାକା, ଚନ୍ଦ୍ରବାବୁ ନାଇଡ଼ୁ ବୁଡୁଭାଇ ଓ ଅନ୍ୟମାନେ ଯୋଗ ଦେଇଥିଲେ l ଏହି ସ୍କୁଲ ପ୍ରତି ବହୁ ବଦାନ୍ୟ ବ୍ୟକ୍ତି ପରକ୍ଷ ଓ ଓ ପ୍ରତ୍ୟକ୍ଷ ରେ ସାହାଯ୍ୟ କରିଆସୁଛନ୍ତି ବୋଲି ସ୍କୁଲ ସମ୍ପାଦକ କହିବା ସହିତ ସେମାନଂକୁ ହୃଦୟର ସହିତ ଅଭିନନ୍ଦନ ଜଣାଇଥିଲେ l ବିଶେଷକରି ଥେରୁବାଲି ର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ହିକକା ସଦାସର୍ବଦା ସ୍କୁଲ ସହିତ ଜଡିତ ହୋଇ ସୁବିଧା ଅସୁବିଧା ବୁଝି ତାହା ପୂରଣ କରି ଆସୁଛନ୍ତି ବୋଲି l ଏହି ସ୍କୁଲ ର ପିଲାମାନଙ୍କ ଦ୍ୱାରା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l


Share: