ସଂଧ୍ୟା ପରେ ଘରୁ ବାହାରୀଲେ ଶୀତ ବସ୍ତ୍ର ପିନ୍ଧନ୍ତୁ

Share:

ଓଡିଶା ବ୍ୟୁର ଚିଫ ସମୀର ରଞ୍ଜନ ନାୟକ।

ଭୁବନେଶ୍ୱର :ଥରାଉଛି ଶୀତ ଗାଁ ଗହଳରେ ସଂଧ୍ୟା ହୋଇଗଲେ ଲୋକ ମାନେ ନିଆଁ ପୋଇବା ଆରମ୍ଭ କରିଦିଅନ୍ତି l ରାଜ୍ୟରେ କମିଛି ତାପମାତ୍ରା,ଅସହ୍ୟ ହେବାରେ ଲାଗିଛି ଶୀତ l ଉପାନ୍ତଠୁ ଉପକୂଳ ସବୁଠି ରାତିର ତାପମାତ୍ରା ସ୍ୱଭିକଠାରୁ ତଳେ ରହିଛି l ଉପକୂଳ ଅଞ୍ଚଳରେ ପାରଦ 0.3ଡିଗ୍ରୀରୁ 1.7ଡିଗ୍ରୀ ଯାଏ ହ୍ରlସ ପାଇଥିବାବେଳେ ଆଭ୍ୟନ୍ତରୀଣ ଓ ସୀମାନ୍ତ ଜିଲ୍ଲାରେ ପାରଦ 3ରୁ 4ଡିଗ୍ରୀ ଯାଏ ହ୍ରାସ ପାଇଛି l ଉତ୍ତର ଓ ଉତ୍ତର -ପ୍ରଶ୍ମିମ ଦିଗରୁ ରାଜ୍ୟ ସୁଖୀଲା ତଥା ଥଣ୍ଡା ପବନ ବହୁଛି l ଯାହା ରାଜ୍ୟ ସର୍ବମ୍ନ ତଥା ରାତି ତାପ ମାତ୍ରା କମିବାରେ ସହାୟ କ ହେଉଛି l ଆସନ୍ତା 2ରୁ 3ଦିନ ଦିନ ମଧ୍ୟରେ ପାରଦ ଆହୁରି 3ରୁ 4ଡିଗ୍ରୀ ଖସିବା ନେଇ ଆକଳନ କରାଯାଉଥିବା ବେଳେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ କହିଛନ୍ତି l ସଂଧ୍ୟା ପରେ ଘରୁ ବାହାରୀଲେ ଶୀତ ବସ୍ତ୍ର ପିନ୍ଧିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି l


Share: