ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଞ୍ଜାମ ଜିଲ୍ଲା ଆସିକା ବାଲୁଙ୍କେଶ୍ୱର ନିକଟସ୍ଥ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟୁଛି । ମୃତକ ଜଣକ ହେଲେ ସୋରଡ଼ା ଅଞ୍ଚଳର 22 ବର୍ଷୀୟ ରାଜେଶ ପଣ୍ଡା । ରାଜେଶ ବୁଡି ଯାଉଥିବା ଖବର ପାଇ ଆସିକା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାଜେଶ ଙ୍କୁ ଉଦ୍ଧାରକରି ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ ।

ସେଠାରେ କାଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରାଜେଶ ନୁଆଁଗଡ଼ ଗ୍ରାମର ଶିବରାମ ପଣ୍ଡାଙ୍କ ପୁଅ ରାଜେଶ ଏଇ କିଛି ଦିନ ହେଲା ଆସିକାର ବରଗାଁ ମାମୁଁ ଘରକୁ ଆସୁଥିଲେ। ଆଜି ସକାଳୁ ସକାଳୁ ସେ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣ ବସତଃ ସେ ପୋଖରୀରେ ବୁଡି ଯାଇଥିଲେ।


Share: