ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା କୁ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦୁଇ ବର୍ଷ କରୋନା ପାଇଁ ପ୍ରଭୁ ମାନଙ୍କର ସ୍ନାନ ଯାତ୍ରା ଓ ରଥଯାତ୍ରାକୁ ବିନା ଭକ୍ତ ରେ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ କରୋନାର ପ୍ରକୋପ କମିଥିବାରୁ ଭକ୍ତ ଯୁକ୍ତ ବ୍ୟବସ୍ଥା କରାଯାଇଛି। ତେଣୁ ସ୍ନାନ ଯାତ୍ରା ରେ ମଧ୍ୟ ଅଧିକ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ଆଶା କରା ଯାଉଥିବାରୁ ସମସ୍ତ ବିଭାଗ ନିଜ ଦାୟିତ୍ୱ କୁ ସୁଚାରୁରୂପେ ପରିଚାଳନା କରି ଶୃଙ୍ଖଳିତ ଯାତ୍ରା ରେ ସହାୟକ ହେବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କୁ ଦର୍ଶନ କରିବେ ସେଥିପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଧାର୍ଯ୍ୟ ହୋଇଥିବା ନୀତି କାନ୍ତି, ସମୟ ନିର୍ଘଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଚିକିତ୍ସା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ଖାଦ୍ୟ ର ମାନ ଯାଂଚ କରିବା, ପୈାର ପ୍ରଶାସନ ପକ୍ଷରୁ ରାସ୍ତା ଘାଟ ମରାମତି,ନାଳ ନର୍ଦ୍ଦମା ସଫା, ପରିଷ୍କାର ପରିଚ୍ଛନ୍ନ, ସ୍ନାନ ଯାତ୍ରା ସମୟରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତର, ପୂର୍ତ୍ତ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ଖରାରୁ ରକ୍ଷା ପାଇଁ ଛାଇ ବ୍ୟବସ୍ଥା, ବ୍ୟାରିକେଡ଼ ବ୍ୟବସ୍ଥା, ୱାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା,ଜଳ ସିଞ୍ଚନ ବ୍ୟବସ୍ଥା, ବିଦ୍ୟୁତ ବିଭାଗ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ଵ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଜେନେରେଟର ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ମାଜିଷ୍ଟ୍ରେଟ ନିୟୋଜନ, ସମୁଦ୍ର କୂଳରେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ତ୍ୱରାନ୍ୱିତ ପ୍ରକ୍ରିୟା ରେ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦିଲିପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଥଇଥାନ ଓ ପୁନର୍ବାସ ଶ୍ରୀ , ଉପଜିଲ୍ଲାପାଳ ଶ୍ରୀ ଭବ ତରଣ ସାହୁ, ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ଭୂ ଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ଡେପୁଟି କଲେକ୍ଟର ଶ୍ରୀ ଗୋପୀନାଥ ମିଶ୍ର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ରଞ୍ଜନ କୁମାର ବେହେରା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Share: