ଯୁବକ କୁ ଛୁରାମାଡ଼

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପଞ୍ଚୁଆଣି ନିକଟ ଆମ୍ବୁଆବାଡ଼ି ନିକଟରେ ଯୁବକ କୁ ଛୁରାମାଡ l ଗୁରୁତର ଯୁବକ ହେଲେ ସମଇଗୁଡା ଗାଁ ର ବିଶ୍ୱନାଥ ଗୌଡ଼ l

ବିଶ୍ୱ ନାଥ ଓ ତାଙ୍କ ସମ୍ପକିୟ ଭାଇ ସହ ଏକ ବାଇକ ରେ ଶେରଗଡ଼ ଯାଉଥିବା ବେଳେ ଉଭୟ ଙ୍କ ଉପରକୁ କିଛି ଦୁବୃତ୍ତ ଲଙ୍କା ଗୁଣ୍ଡ ପକାଇ ବିଶ୍ୱନାଥ ଙ୍କ ପେଟ କୁ ଛୁରାମାଡ଼ କରିଥିଲେ l ଗୁରୁତର ବିଶ୍ୱନାଥ କୁ ଆସିକା ମେଡ଼ିକାଲରେ ଭର୍ତି କରାଯାଇଥିଲା l ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଘଟଣା ସ୍ଥଳରେ ଆସିକା ଓ ଶେରଗଡ଼ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି l ସେପଟେ ଛୁରା ମାଡ଼ ର କାରଣ ଅସ୍ପଷ୍ଟ ରହିଛି l


Share: