ଡକାୟତ ଗିରଫ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଆସିକା ଜନ ଗହଳିପୂର୍ଣ୍ଣ ବଜାର ସାହି ରେ ଥିବା ମହାଲକ୍ଷ୍ମୀ ଓ ଜୁଏଲର୍ସ ଲୁଟ ଘଟଣାରେ ଆସିକା ପୋଲିସ କୁ ମିଳିଛି ସଫଳତା ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳାଇ। ଗତ ଡିସେମ୍ବର ୧୫ରେ ହୋଇଥିଲା ଡକାୟତି ଘଟଣା । ସୁନା ଦୋକାନ ମାଲିକ ପ୍ରଭାକର ପତ୍ର ଓ ତାଙ୍କ ଝିଅଙ୍କୁ ମଉଜର ଦେଖାଇବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିଥିଲେ ଦୁର୍ବୃତ୍ତ ।ଘଟଣା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା ଏବଂ ଏହାର ୧୫ଦିନ ପରେ ସଂପୃକ୍ତ ଡ଼କାୟତ ଙ୍କୁ ଗିରଫ କରିଥିଲା ଆସିକା ପୋଲିସ । ସମୁଦାୟ ଡକାୟତି ଘଟଣା ପୂର୍ବ ଯୋଜନା ମୁତାବକ କରାଯାଇଥିଲା ବୋଲି ଅତିରିକ୍ତ ଏସପି ଶ୍ରୀ ଦଳାଇ ନିଜ ପ୍ରତିକ୍ରିୟାରେ କହିଥିଲେ ।


Share: