ରାମନାଗୁଡା ରେ ଲୋକ ମହୋତ୍ସବ ଚଇତି ଅନୁଷ୍ଠିତ
ଅମୁଲ୍ୟ ନିଶଙ୍କ
ରାୟଗଡା :ରାୟଗଡା ଜିଲ୍ଲା ରାମନାଗୁଡା ଠାରେ ଗଣପର୍ବ ଚଇତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୧୨ ଟି ପଂଚାୟତ ସମେତ ବ୍ଲକ ସ୍ତରୀୟ ଚଇତି ର କଳସ ଦ୍ୱାରା ବୁଧବାର ଦିନ ସକାଳ ସମୟରେ ଗୁମୁଡ଼ା ସ୍ଥିତ ବଂଶଧାରା ନଦୀରୁ ପବିତ୍ର ଜଳ କୁ ଆବାହନ କରିବା ପରେ ରାମନାଗୁଡା ନିକଟ ମଙ୍ଗଳା ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଶତାଧିକ ପୁରୁଷ ଓ ମହିଳା ଙ୍କ ଗହଣ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ସମେତ ବିଭିନ୍ନ ଦଳର ନେତା ଏବଂ କର୍ମୀ ମିଳିତ ଭାବେ ବିରାଟ ଶୋଭାଯାତ୍ରାରେ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡା ସ୍ଥିତ ଚଇତି ମଣ୍ଡପ ରେ ସମସ୍ତ ପୂର୍ଣ୍ଣ କଳସ କୁ ସ୍ଥାପନା କରାଯାଇଥିବା ବେଳେ ପଶୁ ସଂପଦ ବିଭାଗ, ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ,ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ପକ୍ଷରୁ ୮ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା,ସେହିପରି ଚଇତି ର ମୁଖ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ , ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ,ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଉପାଧ୍ୟକ୍ଷା ଜାନକୀ ନିମାଲା,ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟ(କ) ତାଙ୍ଗୁଡୁ ଶ୍ରୀଧର ଜିଲ୍ଲା ପରିଷଦ ସଭ୍ୟ(ଖ)ସୁରେଶ କୁମାର ଗମାଙ୍ଗ ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା,ପ୍ରମୁଖଯୋଗ ଦେଇଥିଲେ ସେହିପରି ପ୍ରଶାସନିକ ସ୍ତରରେ ଅନ୍ୟତମ ଅତିଥି ଭାବରେ ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ,ଗୁଣୁପୁର ଏସଡିପିଓ ବିକାଶ ଚନ୍ଦ୍ର ବେଉରା ,ଭାମିନି ସ୍ଥିତ ଆଇଆରବି ୨ୟ ଡେପୁଟି କମାଣ୍ଡେଟ ଦୀପକ କୁମାର ଦେହୁରୀ ,ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ,ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ,ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ପଦ୍ମପୁର ଭାରପ୍ରାପ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ମାଁ ମାଝୀ ଘରିଆଣୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ଙ୍କ ଦ୍ଵାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ସଚେତନତା ଷ୍ଟଲର ଉଦଘାଟନ କରାଯାଇଥିଲା । ସ୍ୱାସ୍ଥ୍ୟ, ଜଳଛାୟା, କୃଷି, ସମ୍ମନ୍ବିତ ଶିଶୁ ବିକାଶ, ସ୍ୱଚ୍ଛ ଭାରତ ମିଶନ, ଉଦ୍ୟାନ କୃଷି, ମିଶନ ଶକ୍ତି ବିଭାଗ ତରଫରୁ ସଚେତନତା ଷ୍ଟଲ ମାନ ଖୋଲାଯାଇଥିଲା । ଲୁକ୍କାୟିତ ପ୍ରତିଭା, ସଂସ୍କୃତି ଓ ପରମ୍ପରା ଗୁଡ଼ିକର ବ୍ଲକ ଠାରୁ ରାଜ୍ୟ ସ୍ତରରେ ଉନ୍ମୋଚନ ନିମନ୍ତେ ଚଇତି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ସେହିପରି ଅତିଥି ମାନେ ଉପସ୍ଥିତ ରହି ବ୍ଲକ ସ୍ତରୀୟ ଗଣପର୍ବ ଚଇତି ରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବିଭିନ୍ନ ପଞ୍ଚାୟତରୁ କଳାକାର ମାନେ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ । ଟୁନା ଟନ୍ ଟନ୍ ଓରଫ୍ ପ୍ରଭାକର ମିଶ୍ର ଓ କାଳି ଚରଣ ରଥ ଚଇତି ମଞ୍ଚରେ ନିଜର କମେଡି ପ୍ରତିଭା ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ ,କୁଇ ଭାଷା ର ସଙ୍ଗୀତ ର ନୃତ୍ୟ ର ତାଳେ ତାଳେ ନାଚିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ,ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ ,ସିନିୟର ଆସିଷ୍ଟାଣ୍ଟ ଆଶୁତୋଷ ପାତ୍ର ମଞ୍ଚ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଓଡ଼ିଶା ଜୀବିକା ମିଶନ ର ସମସ୍ତ କର୍ମଚାରୀ ଙ୍କ ସହ ପଞ୍ଚାୟତ ସମିତି କର୍ମକର୍ତ୍ତା ସହଯୋଗ କରିଥିଲେ । ଚଳିତ ବର୍ଷ ର ଚଇତି ୨୦୨୨ କୁ ସଫଳ ରୂପାୟନ ଦେବାରେ ପ୍ରତ୍ୟକ୍ଷ ଭାବେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଏବଂ ସ୍ଥାନୀୟ ଯୁବ ସାମ୍ବାଦିକ ସଞ୍ଜୟ କୁମାର ପ୍ରଧାନ, ନରସିଂହ ପରିଛା, ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକାଙ୍କ ଓ ଜନସାଧାରଣ ଙ୍କ ବହୁତ ଅବଦାନ ଥିବାରୁ ଧନ୍ୟବାଦ ର ପାତ୍ର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଛନ୍ତି, ଉତ୍ତମ ସାମାଜିକ ସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକ ବୃନ୍ଦାବନ ମିଣିଆକା ,ସମାଜସେବୀ ଗୋଲକ ନାଥ ବେହେରା, ଅନ୍ତର୍ଜାତୀୟ ରଗବି ଖେଳାଳୀ ସୋନି ମାଣ୍ଡାଙ୍ଗି ,ଶ୍ରବଣ କୁମାର ମାଣ୍ଡାଙ୍ଗି, ଜୁଲୋଜି ଅଧ୍ୟାପିକା ନିରୂପମା କଣ୍ଡାଗରୀ ଦେଉଳା ଙ୍କ ସମେତ ୨୦ ଜଣଙ୍କୁ ଉପଢୌକନ ସହିତ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
