ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ। ଭୁବନ

Share:

ଢେଙ୍କାନାଳ ରୁ ପପୁ କୁମାର ସାହୁ ଙ୍କ ରିପୋର୍ଟ ।

-ଭୂବନ :- ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ସ୍ଥିତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି, ଏଥିରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ଦେହାନ୍ତ ହୋଇଛି ଏହି ଘଟଣାଟି ଆଜି ଅପରାହ୍ନ୪ଟା ସମୟରେ ଘଟିଛି ଘଟଣାରୁ ଜଣାଯାଇଛି ଆଜି ଭୁବନ ଲଷ୍ମୀଛକ ତେଲିସାହି ର ଡମ୍ବୁରୁଧର ପୃଷ୍ଟି ଙ୍କର ପୁତ୍ର ସଂଜୀଵ କୁମାର ପୃଷ୍ଟି ୨୮ବର୍ଷ, ସେ ସକାଳୁ ନିଜର ଜୀବିକା ନିର୍ବାହ ନିମନ୍ତେ ନିଜର ଘରୁ ଆଜି ସକାଳୁ,୭ଟାରୁ ବେପାରକୁ ଆସି ଅପରାହ୍ନ ୪ଟା ବେଳେ ସେ ନିଜର ଘରକୁ ଫେରୁଥିବା ସମୟରେ ତାଙ୍କର ପଛପଟୁ ଏକ ମାଙ୍କଡା ପଥର ବୋଝେଇ ୪୦୭ ଗାଡି ନଂ ଓଡି ୦୬ ଜେ ୮୪୦୯ ଗାଡିଟି ଝରଣ ନିକଟ ଗଡାଣି ଠାରେ ଭାରସାମ୍ୟ ହରାଇ ପଛ ପଟୁ ଧକ୍କା

ଦେଇଥିଲାଫଳରେ ଶ୍ରୀ ପୃଷ୍ଟିଙ୍କର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା, ତାଙ୍କର ଘରେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି ଜଣେ ପୁଅ ଜଣେ ଝିଅଟିର ବୟସ୫ବର୍ଷ ହୋଇଥିବା ବେଳେ ପୁଅଟିକୁ ମାତ୍ର୧୧ମାସ ହୋଇଛି, ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ପୋଷ୍ଟ ମଟର୍ମ ନିମନ୍ତେ ଏକ ଆମ୍ବୁଲାନ୍ସରେ ଢେ଼ଙ୍କାନାଳ ମେଡିକାଲକୁ ପଠାଯାଇଛି ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ପୋଲିସ ଜବତ କରିଛି ଘଟଣାର ତଦନ୍ତ ଜାରି ରହିଛି ।


Share: