କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

Share:

ଢେଙ୍କାନାଳ ରୁ ପପୁ ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ୱାନ୍ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର ଆଗ ଧାଡିର କର୍ମୀ , ସ୍ବାସ୍ଥ୍ୟ କର୍ମୀ ଓ ଗର୍ଭବତୀ ମହିଳାମାନଙ୍କର ଯେପରି ଶତ ପ୍ରତିଶତ ଟୀକାକରଣ ହେବ , ସେଥପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେବାସହ ବରିଷ୍ଠ ନାଗରିକମାନଙ୍କର ଟୀକାକରଣ ନିମନ୍ତେ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ଦେଶରେ କରୋନାର ନୂଆଁ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖୁ ମାଇକିଙ୍ଗ ଦ୍ବାରା ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ପରିଧାନ , ସାମାଜିକ ଦୂରତା ଓ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବାକୁ ସେ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନିୟମ ଅନୁପାଳନରେ ଖିଲାପ କଲେ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିକନିକ ଭୋଜି ଭାତ , ଡି ଜେ ସାଉଣ୍ଡ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ବିବାହ , ବ୍ରତ ପର୍ବ ପର୍ବାଣୀ , ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସଭା ସମିତିରେ କୋଭିଡ ନିୟମ ଅନୁପାଳନ ମଧ୍ୟରେ ସର୍ବାଧିକ ୧୦୦ ଜଣ ବ୍ୟକ୍ତି ସମାଗମ ହୋଇ ପାରିବେ । ଆବାସିକ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ଥର୍ମାଲ ଟେଷ୍ଟିଙ୍ଗ କରି ଲକ୍ଷଣ ଯୁକ୍ତମାନଙ୍କର ଟେଷ୍ଟିଙ୍ଗ କରି ଆବଶ୍ୟକ ସ୍ଥଳେ ବିହିତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଜନବହୁଳ ଗ୍ରାମଗୁଡିକୁ ଯାଇ ଟୀକା ନେଇ ନ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟୀକା ଦେବାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଡିଓମାନେ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନକୁ ଯଥା ଶୀଘ୍ର ଶେଷ କରି ସେମାନଙ୍କୁ ଉକ୍ତ କାର୍ଡକୁ ଦାୟୀତ୍ଵର ସହ ନିଜ ପାଖରେ ରଖିବାକୁ ପରାମର୍ଶ ଦେବା ସହ ଏହାର କାର୍ଯ୍ୟକାରିତା ଓ ଆବଶ୍ୟକତାକୁ ହିତାଧୂରୀ ମାନଙ୍କୁ ସଠିକ ଭାବେ ବୁଝାଇ ଏହାର ସୁଯୋଗ ନେବା ପାଇଁ ହିତାଧ୍ୟାକାରୀ ମାନଙ୍କୁ ପରାମର୍ଶ ଦେବେ । ୨ୟ ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ବିଦ୍ୟାଳୟଗୁଡିକର ଭିତ୍ତି ଭୂମିର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ , ବିଡିଓମାନଙ୍କୁ କହିଛନ୍ତି । ବିଦ୍ୟାଳୟ ଗୁଡିକର ସ୍ଥାୟୀ ଜମି ପଟ୍ଟା , ବିଦ୍ୟୁତ ଯୋଗାଣ , ପାନୀୟ ଜଳ , ବୃକ୍ଷ ରୋପଣ ଆଦିକୁ ବ୍ୟବସ୍ଥିତ କରିବା ସହିତ ମିସନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା , ସୁଜାତା ରାଣୀ ମିଶ୍ର ବୈଠକରେ ଅବଗତ କରାଇଥିଲେ । ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଅଧିକରୁ ଅଧିକ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ କରାଇବା ସହିତ ଅଧିକ ଟୀକାକରଣର ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥି ନିମନ୍ତେ ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରତି ସପ୍ତାହରେ ବୈଠକ ଡାକି ଟେଷ୍ଟିଙ୍ଗ ଓ ଟୀକାକରଣକୁ ଅଧିକ ବ୍ୟବସ୍ଥିତ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା . ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ. , ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ , ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧ । ଛାୟା ମହାପାତ୍ର , ଓସଡମା , ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


Share: