୨୫୨୯ତମ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ସମାରୋହ-୨୦୨୨ ଉଦଯାପିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ, ଶ୍ରୀ ଗୋବର୍ଦ୍ଧନମଠ-ପୁରୀପୀଠ ଦ୍ଵାରା ଅନୁଷ୍ଠିତ ପୂଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଙ୍କ ୨୫୨୯ ତମ ଜୟନ୍ତୀ ସପ୍ତଦିନ ବ୍ୟାପି ପାଳନ ହୋଇ ପବିତ୍ର ବୈଶାଖ ଶୁକ୍ଳ ଦଶମୀ ଶ୍ରୀ ବିଗ୍ରହ ଙ୍କ ପୁନଃ ପ୍ରତିଷ୍ଠା ଦିବସ ରେ ଏହି ମହୋତ୍ସବ ର ଉଦଯାପନ ହୋଇଛି । ବୈଶାଖ ଶୁକ୍ଳ ୪ର୍ଥି ରେ ଅଧିବାସ, ପଞ୍ଚମୀ ରେ ଅଭିଷେକ ଓ ଶୋଭାଯାତ୍ରା, ଷଷ୍ଠୀ ଓ ସପ୍ତମୀ ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଓ ଆଦି ଶଙ୍କର ବିଷୟ କୁ ନେଇ ବିଭିନ୍ନ ପ୍ରତିଯୋଗିତା, ଅଷ୍ଟମୀ ତିଥିରେ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ନବମୀ ଦିନ ଉତ୍କଳ ବାଳାଶ୍ରମରେ ଶ୍ରୀମହାପ୍ରସାଦ ସେବା ଓ ପବିତ୍ର ବୈଶାଖ ଶୁକ୍ଳ ଦଶମୀ ଦିନ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ଶ୍ରୀବିଗ୍ରହଙ୍କୁ ରତ୍ନ ସିଂହାସନରେ ପୁନଃ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। ଆଜି ର ଏହି ଉଦଯାପନ ସମାରୋହକୁ ଅଧ୍ୟକ୍ଷତା କରୁଥିବା ଦଣ୍ଡୀସ୍ବାମୀ ଶ୍ରୀ ପୁରୁଷୋତ୍ତମାନନ୍ଦ ତୀର୍ଥ
ଆଦି ଶଙ୍କରାଚାର୍ଯ୍ୟ କିପରି ମାତ୍ର ୩୨ ବର୍ଷ ବୟସ ମଧ୍ୟରେ ସମଗ୍ର ସମାଜକୁ ଶାସ୍ତ୍ରୀୟ ସନାତନ ସିଦ୍ଧାନ୍ତ ପ୍ରଦାନ କରିବା ସହିତ ସୁସଂସ୍କୃତ ସମାଜ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଚାରିଧାମ ଆଦି ପୁନଃ ପ୍ରତିଷ୍ଠା କରିଥିଲେ । ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ସଚିବ ଶ୍ରୀ ମାତୃପ୍ରସାଦ ମିଶ୍ର, ପ୍ରଦେଶ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୁନଃ ପ୍ରତିଷ୍ଠା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଭଗବତପାଦ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରର ରତ୍ନସିଂହାସନ ରେ ଶ୍ରୀବିଗ୍ରହମାନଙ୍କୁ ନପାଇ ଗଜପତି ଜଜାତି କେଶରୀଙ୍କ ସହାୟତା ନେଲେ। ଦିବ୍ୟଦ୍ରଷ୍ଟା ଆଦିଶଙ୍କର ଙ୍କୁ ଭୁଗର୍ଭିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସଙ୍କେତ ପ୍ରାପ୍ତି ହେବା ମାତ୍ରେ ସୋନପୁର ରୁ ସମ୍ପୂର୍ଣ୍ଣ ଗଳିତ ଶ୍ରୀବିଗ୍ରହ ମାନଙ୍କୁ ଆଣି ନବକଳେବର ପରମ୍ପରା ସ୍ଥାପନା କରି ଶ୍ରୀ ବିଗ୍ରହ ଙ୍କୁ ପୁନଃ ସ୍ଥାପନା କରିଥିଲେ । ଏ ଓଡ଼ିଆ ଜାତିରର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସେହିଁ ନିଜ ଦ୍ଵାରା ସୃଷ୍ଟି କରିଥିବା ନାରାୟଣ ପରମ୍ପରାର ୧୦ମ ଜଗଦଗୁରୁ ଭାବେ ଆଦି ଶଙ୍କରାଚାର୍ଯ୍ୟ ଙ୍କ ହାତରେ ନିଜ ପରମ୍ପରା କୁ ନିଜେ ଦେଇଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ସବଜୁନିୟର ବିଭାଗ :
ଅମ୍ଳାନ ଅର୍ପିତ ଦାଶ
ପ୍ରଥମସ୍ଥାନ
ମଦର ପବ୍ଲିକ୍ ସ୍କୁଲ, ପୁରୀ, ଚତୁର୍ଥ ଶ୍ରେଣୀ
ଦିବଂଶୀ ମହାପାତ୍ର
ଦ୍ବିତୀୟ ସ୍ଥାନ
ଚୁଡଙ୍ଗ ସାହି ସରକାରୀ ମହିଳା ଉଚ୍ଚବିଦ୍ୟାଳୟ, ଚତୁର୍ଥ ଶ୍ରେଣୀ କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ, ତୃତୀୟଶ୍ରେଣୀ
ପ୍ରଜ୍ଞା ପ୍ରଶାନ୍ତିକା ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବିଭାଗ :
ଆୟୁଷ ପଟ୍ଟନାୟକ
ପ୍ରଥମସ୍ଥାନ
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ, ଅଷ୍ଟମଶ୍ରେଣୀ
ଶ୍ରଦ୍ଧା ନନ୍ଦ
ଦ୍ବିତୀୟସ୍ଥାନ
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ, ଅଷ୍ଟମଶ୍ରେଣୀ ତୃତୀୟସ୍ଥାନ
ଶିବାଂଶୀ ଦାଶ
ବ୍ରେସ ସାକ୍ରାମେଣ୍ଟ ହାଇସ୍କୁଲ, ସପ୍ତମଶ୍ରେଣୀ ଚତୁର୍ଥ ସ୍ଥାନ .
ଶ୍ରିୟାଶ୍ରୀ ସାହୁ
ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସପ୍ତମଶ୍ରେଣୀ
ଉଦୀପ୍ତା ଉପାସନା
ପଞ୍ଚମସ୍ତାନ କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ, ଅଷ୍ଟମଶ୍ରେଣୀ ଚିତ୍ରାଙ୍କନ ପ୍ରତିଯୋଗିତା ବରିଷ୍ଠ ବିଭାଗ :
ଡୁଡୁଲୁ ମହାନ୍ତି ପ୍ରଥମସ୍ଥାନ
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ, ଦଶମଶ୍ରେଣୀ
ସୋନାଲି ଶ୍ଵେତପଦ୍ମା ଲେଙ୍କା-
ଦ୍ଵିତୀୟସ୍ଥାନ
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ, +୨
ତୃତୀୟସ୍ନାନ
ଶୁଭାଙ୍ଗୀ ରଥ
ସେଣ୍ଟ ଜାଭିୟର ଉଚ୍ଚବିଦ୍ୟାଳୟ, ପୁରୀ, ନବମ ଶ୍ରେଣୀ
ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶଙ୍କର ଜୟନ୍ତୀ ସଞ୍ଚାଳନ ସମିତି ର ଆବାହକ ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି, ସୁଭେନ୍ଦୁ ସ୍ୱାଇଁ, ସୁଧାଂଶୁ ଶେଖର ମହାନ୍ତି, ଆଦିତ୍ୟ ବାହିନୀ କ୍ଷତ୍ରିୟ ସଚିବ ଶ୍ରୀ ଦେବାଶିଷ ମିଶ୍ର, ନଗର ସଭାପତି ଗଣେଶ୍ୱର ମହାସୁଆର, ସଚିବ ତନ୍ମୟ ଚାଟାର୍ଜୀ, ସଂସ୍କୃତି ସଚିବ କୁମାର ଭୀମସେନ, ପୀତବାସ ନାୟକ, ସମ୍ପଦ ଆଚାର୍ଯ୍ୟ, ରବିନା ପଣ୍ଡା, ମାଗୁଣି ସାହୁ, ଜଗଦୀଶ ଆଚାର୍ଯ୍ୟ, ବାହୁବଳେନ୍ଦ୍ର ମଲ୍ଲିକ, ବରୁଣ ସାହୁ, ତିରୁପତି ମହାନ୍ତି, ରାକେଶ, ବିଶ୍ଵଶାନ୍ତି, ଶ୍ରୀନିବାସ, ଚିନ୍ମୟୀ ଦେଓ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ll


Share: