ବୃଦ୍ଧ ବାପାକୁ ପରକରିଦେଲେ ପୁଅ ଓ ବୋହୁ, ନ୍ୟାୟ ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

Share:

ଢେଙ୍କାନାଳ ରୁ ପପୁ ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ : ବାପ, ମା କେତେ ପୁଣ୍ୟ କରିଥିଲେ ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହୁଏ ବୋଲି ସମସ୍ତେ କହିଆସୁଥିବା ବେଳେ ସେହିପୁଅ ବଡ଼ ହୋଇ ବିବାହ କରି ସାରିବା ପରେ ବାପା ମା କୁ ମଧ୍ୟ ପରକରିବାକୁ ପଛାଉନାହାନ୍ତି । ବର୍ତ୍ତମାନ ସମୟରେ ନିଜ ସ୍ୱାର୍ଥ ପାଇଁ ସେହି ପୁଅ ବୋହୁ ବାପା ମା ଙ୍କୁ ବୋଝ ଭାବି ଘରୁ ତାଡ଼ିଦେବ ସହ ନାହିଁ ନ ଥିବା ମାନସିକ ଓ ଶରୀରିକ ଯନ୍ତ୍ରଣା ଦେଇଅସୁଥିବାର ଚିତ୍ର ପ୍ରତିଦିନ ସମାଜରେ ଦେଖିବାକୁ ମିଳୁଛି । ସେଭଳି ଭାବେ ଏକ ଘଟଣା ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଆମ୍ବବlହଳି ଗ୍ରାମରେ ।ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ପଣ୍ଡା (85 ବର୍ଷ) ତାଙ୍କର ଏକମାତ୍ର ପୁତ୍ର ଶ୍ରୀନିବାସ ପଣ୍ଡା(48 ବର୍ଷ) ଓ ପୁତ୍ରବଧୁ ସସ୍ମିତା ପଣ୍ଡା(42ବର୍ଷ) ଦ୍ୱାରା ଯନ୍ତ୍ରଣା ପାଇଆଶୁଥିବା ବେଳେ ଆଜି ଢେଙ୍କାନାଳର ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତାଙ୍କର ଅଭିଯୋଗ ଅନୁଯାଇ ତାଙ୍କର ସ୍ତ୍ରୀ ,ତାଙ୍କ ଶ୍ୱଶୁର ଙ୍କର ଏକମାତ୍ର କନ୍ୟା ଥିବହେତୁ ସେ ତାଙ୍କ ପିତାଙ୍କ ସେବା ଉଦେଶ୍ୟରେ ସେଠାରେ ରହିଆସୁଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ପିଲାଙ୍କ ସହ ରହୁଥିଲେ । ସେ ତାଙ୍କର ପୁତ୍ରକୁ ନିଜର ଚାକିରି ଦେଇଥିବା ସ୍ଥଳେ ଏବେ ତାଙ୍କର ପୁତ୍ର ତାଙ୍କୁ ଅନେକ ସମୟରେ ଅନେକ ଅସୁବିଧା କରାଉଛନ୍ତି । ଯାହାଦ୍ୱାରା କି ଏବେ ସେ ନିଜର ଝିଅ ଘରେ ଜୋରନ୍ଦା ରେ ରହୁଛନ୍ତି । ତେଣୁ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଧ୍ୟାନଦେଇ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସେ ଆଶା ବ୍ୟକ୍ତ କରିଛନ୍ତି ।


Share: