ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର।

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ -ଗଞ୍ଜାମ ସୋରଡା ଥାନା ସଂପଦା ଗାଁ ନିକଟରେ ବଜ୍ରାଘାତରେ ଜଣେ ମୃତ ଦୁଇ ଗୁରୁତର।ମୃତକ ଜଣକ ହେଲେ ସିଙ୍ଗିପୁରୁ ଗ୍ରାମର ଶିବ ରଞ୍ଜନ ସେଠି।ଜଣେ ଗୁରୁତର ଗୋଛା ଗ୍ରାମର ସଞ୍ଜୟ ବେହେରା ଓ ଅନ୍ୟଜଣେ କୋଟିବାଡି଼ ଗ୍ରାମର କ୍ଷେତ୍ର ନାୟକ।ସୂଚନା ମୁତାବକ ଆଜି ଅପରାହ୍ନ 3 ଘଣ୍ଟ ସମୟରେ ବର୍ଷା ପବନ ଆସିବାରୁ ରାସ୍ତାରେ ଯାଉଥିବା ଦୁଇ ବାଇକ ଅରୋହି ଗଛ ମୂଳେ ଅଟକି ଯାଇଥିଲେ ।

ଠିକ ସେହି ସମୟେରେ ବଜ୍ରାଘାତ ଘଟିବାରୁ ଜଣକର ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକେ ଅଗ୍ନିସମ ବାହିନୀ ଖବର ଦେବା ପରେ ଅଗ୍ନିସମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତୁକ ଓ ଗୁରୁତର ଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଲେ ।ସେଠାରେ ଡାକ୍ତର ଜଣଙ୍କୁ ମୃତୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି ।


Share: