ବାଲିଆ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣ, ପୋଖରୀରେ ବୁଡି ନାବାଳକ ର ମୃତୁ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

କୁନି ବୟସରେ ଦୁନିଆ କଣ ଦେଖିବା ପୂର୍ବରୁ ଦଇବି ଦାଉ ସାଜିଛି ।
ଏମିତି ଏକ ଦଇବି ଦୁର୍ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଆଡପଡା ପଂଚାୟତ ର ବାଲିଆ ଗ୍ରାମରେ, ପିତା ଡାକ ଗୌଡ଼ ଓ ମାତା ଟୁନି ଗୌଡ଼ ଙ୍କ ଏକ ମାତ୍ର ପୁତ୍ର ସତ୍ୟନାରାୟଣ ନାମକ ଜଣେ ପାଞ୍ଚ ବର୍ଷୀୟ ବାଳକ ଆଜି ନିଜ ଗ୍ରାମ ନିକଟରେ ଥିବା ପୋଖରୀକୁ କିଛି କୁନି ସାଥି ପିଲାଙ୍କ ସହ ଗାଧୋଇବା ସମୟରେ ଗୋଡ ଖସି ଯାଇଥିଲା ଓ ନିଖୋଜ ମଧ୍ୟ୍ୟ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ସାଥି ପିଲାମାନେ ଘରେ ଆସି ପରିବାରକୁ ଜଣାଇଥିଲେ ଏବଂ ପରିବାର ଲୋକେ ପୋଖରୀର ଚାରିଆଡେ ଖୋଜା ଖୋଜି ପରେ ଆସି ଦେଖିଲା ବେଳକୁ ପିଲାଟି ପାଣିରେ ବୁଡି ରହିଥିଲା, ସଙ୍ଗେ ସଙ୍ଗେ ପରିବାର ଲୋକେ ନିକଟସ୍ଥ ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ । ଏହି ଘଟଣା ଟି ଘଟିବାପରେ ଅଂଚଳ ରେ ଶୋକାକୁଳ ପରିବେଶ ଦେଖା ଦେଇଛି ଏବଂ ସାଥି ପିଲାମାନଙ୍କ ମନରେ ଭୟର ବାର୍ତ୍ତା ଖେଳିଯାଇଛି ।


Share: