ଅବକାରୀ ଚଢ଼ାଉ ବ୍ରାଉନ ସୁଗାର ଜବତ ଜଣେ ଗିରଫ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ନିଁର୍ଧେଶ କ୍ରମେ ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଜେନାଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କୋଣାର୍କ ଅବକାରୀ ସ୍କ୍ୱାଡ଼ର ଉପ- ନୀରିକ୍ଷିକା ଶ୍ରୀମତୀ ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଗୋପ ଥାନା ଅଧୀନ ବାୟାଳିଶିବlଟି ଠାରୁ ତ୍ରିନାଥ ଭୋଇ ,30ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 40 ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ଏବଂ କୋଣାର୍କ ଅବକାରୀ ସ୍କ୍ୱାଡ଼ କେସ ନଂ -04/22ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କlରଗlରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,00000 ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀଯୁକ୍ତ ଲୋକନାଥ ପାତ୍ର,ପୂର୍ଣ୍ଣ ଚନ୍ଦ୍ର ନାଏକ , Staff- ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ.ପ୍ରକାଶ ଥାଉକି ଉକ୍ତ ଆସାମୀ ଗତ 26.7.2021 ମସିହା ରେ ପୁରୀ ମୋବାଇଲ ସ୍କ୍ୱାଡ଼ ହାତରେ 200 ଗ୍ରାମ ସହ ଗିରଫ ହେଇଥିଲା, ପୁଣି ଜାମିନରେ ଆସି ବେଆଇନ ନିଶା କାରବାରରେ ଲିପ୍ତ ଥିବାର ଅଭିଯୋଗ ଆସିବା ପରେ କୋଣାର୍କ ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଆଜି ସକାଳୁ ବାୟାଲିସିବାଟି ତାରିଣୀ ମନ୍ଦିର ନିକଟରୁ ଚାଳିଶି ଗ୍ରାମ ବ୍ରାଉନ ସୁଗାର ସହ ଗିରଫ କରି କୋର୍ଟ ଚାଲାଣ କଲେ.


Share: