ଓଡିଶା ପତ୍ରକାର ସଙ୍ଘ ର ବାର୍ଷିକ ଉତ୍ସବ
ଅମୂଲ୍ୟ ନିଶଙ୍କ।
ରାୟଗଡ – ଓଡ଼ିଶା ପତ୍ରକାର ସଙ୍ଘ ର 12ତମ କାର୍ଯ୍ୟକାରିଣୀ ବୈଠକ ରାୟଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ଆଜିର ଏହିକାର୍ଯ୍ୟକର୍ମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜାତି ଜନଜାତି ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ ବିଭାଗ ଓଡିଶା ସରକାର ଯୋଗ ଦେଇ ମା ମଝିଗହରିଆଣି ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସମ୍ବାଦିକ ମାନେ କିପରି ଦିବା ରାତ୍ରି ପରିଶ୍ରମ କରି ଯେଉଁ ଖବର ସଂଗ୍ରହ କରି ଲୋକ ଲୋଚନ କୁ ଆଣି ତାହାର ସମାଧାନ କରୁଛନ୍ତି ସେଥିପାଇଁ ସେମାନେ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏଥିରେ କିଛି ଦ୍ଵିବିଧା ନାହିଁ ଗଣତନ୍ତ୍ର ରେ ସମ୍ବାଦିକ ମାନେ ଏକ ଚତୁର୍ଥ ସ୍ଥମ୍ବ ର ଆଖ୍ୟା ପାଇଛନ୍ତି ସବୁବେଳେ ସତ୍ୟ କଥା କୁ ଲୋକ ଲୋଚନ କୁ ଆଣିବା ପାଇଁ କହିଥିଲେ ଏହି କାର୍ଯ୍ୟକ୍ରମରେ ବିଭିନ ଜ଼ୀଲା ରୁ ଆସିଥିବା ସମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପତ୍ରକାର ସଙ୍ଘ ପକ୍ଷରୁ ମନ୍ତ୍ରୀଙ୍କୁ ଉପଢକନ ଢାଳି ସମ୍ବର୍ଦ୍ଧିତ କରାଯାଇଥିଲା ଅନ୍ୟ ଅତିଥିଭାବେ ବିଧାୟକ ମକରନ୍ଦ ମୁଦୁଲି ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡା ଜ଼ୀଲା ସୂଚନା ଅଧିକାରୀ ବସନ୍ତ ପ୍ରଧାନ ଯୋଗ ଦେଇଥିଲେ ଆଜିର ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ପତ୍ରକାର ସଙ୍ଘ ର ସଭାପତି ଅଭିନାଶ ମିଶ୍ର ସାଧାରଣ ସମ୍ପାଦକ ରାମଦାସ ଲିମା ପରିଚାଳନା କରିଥିଲେ ଏହି ଜ଼ୀଲା ର ବିଭିନ୍ନ ସମ୍ବାଦିକ ସଙ୍ଘ ର ସମ୍ବାଦିକ ମାନେ ଯୋଗ ଦେଇଥିଲେ।