ଓଡିଶା ରାଜ୍ୟ ଜନଜାତି ସଂଗ୍ରଳୟ କୁ ଭରଚୁଆଲ ଟୁର ମାଲକାନଗିରିର ଦିଦାୟୀ ଜନଜାତି ଜୀବନ ଶୈଳଳୀ ଓ ସଂକୃତ

Share:

ଭୁବନେଶ୍ୱର : ଅନୁଶୁଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତିକ ରବିବାର ଦିନ ଦର୍ଶକ ମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରଳାୟକୁ ଭରଚୁଆଲ ଟୁର ବ୍ୟସ୍ଥl କରାଯାଇଛି l ଡିସେମ୍ବର 18ତାରିଖ ଦିନ ଦର୍ଶକମାନେ ଫେସବୁକ ଓ ଟୁଇଟର ପେଜ @ସଟ୍ସସିଦେବ, @sctrti ଖୋଲି ମାଲକାନଗିରି ଦିଦାୟୀ ଜନଜାତି ଙ୍କ ଜୀବନ ଶୈଳୀ ଓ ସଂକୃତ ସଂପର୍କରେ ଜାଣିପାରିବେ ବୋଲି ଏସ ଏସିଟିଆଇଟିଆଇର ନିର୍ଦେଶକ ପ୍ରଫେସର ଡ଼ ଆଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି l

ଦିଦାୟୀ ଜନଜାତି ସଂପ୍ରଦାୟୀ କେବଳ ଓଡିଶା ରେ ବସବାସ କରୁଥିବାର ଦେଖାଯାଏ l ଅତିତରେ ଦିଦାୟୀମାନେ ନିଜକୁ ଗଁତ୍ର ଭାବେ ମାନୁଥିଲେ, ଓଡିଶାର ମାଲକାନଗିରି ଜିଲ୍ଲାର କୋଣ୍ଡାବା ମବେରୁ ପାର୍ବତ୍ୟାଞ୍ଚଳରେ ଥିବା ପୂର୍ଵଞ୍ଚଘାଟରେ ଦଦାଇ ମାନେ ବସବସ କରନ୍ତି l ସେମାନଙ୍କର ସଂଖ୍ୟା ଖୁବ କମ ସେମାନେ ମୁଖ୍ୟତ ପୋଡୁଚାଷ ଓ ଆଦ୍ରଭୂମିରେ ଚାଷ ମଧ୍ୟ କରିଥାନ୍ତି l ଜଙ୍ଗଲଜାତ ଦବ୍ୟସଂଗ୍ରହ ଓ ଉଦ୍ୟାନ କୃଷିକୁ ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି l ସେମାନନଙ୍କର କଳ୍ପନିତ ମତବାଦ ଓ କିମ୍ବଦନ୍ତି ତଥ୍ୟଗୁଡିକ ପ୍ରାୟତଃ ବଣ୍ଡା ଜନଜାତିର ସପର୍କ ଦର୍ଶାଇଥାଏ ଜିଦେଇ ଜନଜାତି ଏକାଧିକ ଦେବାଦେଵୀଙ୍କୁ ପୂଜା କରିଥାନ୍ତି ସେ ମାନେ ଧରିତ୍ରୀ ମାତାକୁ ବିଶ୍ୱାସ କରିବା ସହିତ ବର୍ଷସାରା ବିଭିନ୍ନ ପର୍ବପର୍ବାଣି ପାଳିଥାନ୍ତି।


Share: