କୁକୁର ଆକ୍ରମଣ ରେ କ୍ଷତାକ୍ତ ଅବସ୍ଥାରେ ହରିଣ ଛୁଆ କୁ ଉଧ୍ଯାର କଲେ ଗ୍ରାମବାସୀ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :କୁକୁର କବଳରେ ପଡି ଆକ୍ରମଣର ଶିକାର ହୋଇଥିବା ହରିଣ ଛୁଆକୁ ଉଧ୍ଯାର କରିଛନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ଗୌରାଙ୍ଗ ଦାସ ଜମିରେ କାମ କରୁଥିବା ବେଳେ ଏକ ଛୁଆ ହରିଣକୁ ୨ ଟି କୁକୁର ଆକ୍ରମଣ କରୁଥିବା ଦେଖି ଗୌରାଙ୍ଗ ସେଠାରୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ହରିଣର ଗୋଟିଏ ଗୋଡ଼ କୁକୁର କାମୁଡାରେ କ୍ଷତାକ୍ତ ହୋଇ ରକ୍ତସ୍ରାବ ହେଉଥିଲା। ସ୍ଥାନୀୟ ରମେଶ ଚନ୍ଦ୍ର ପଲେଇ ଏନେଇ ଖଲ୍ଲିକୋଟ ବନବିଭାଗ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ଏବଂ ପ୍ରାଣୀ ଚିକିତ୍ସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍ କ୍ଷଣାତ୍ ପଶୁ ଡାକ୍ତର ଓ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ଛୁଆ ହରିଣକୁ ଉଧ୍ଯାର କରି ଚିକିତ୍ସା ପାଇଁ ନେଇଥିବା ଜଣାପଡିଛି। 


Share: