ବାଇକ ଉପରକୁ ଡେଇଁଲା ମାଙ୍କଡ଼ ଜଣେ ମୃତ ଜଣେ ଗୁରୁତର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ -ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଲୁହା ଶଙ୍ଖ ନିକଟରେ ଆଜି ଏକ ବାଇକ ଉପରକୁ ମାଙ୍କଡ଼ ଡେ଼ଇଁ ପଡିବାରୁ ବାଇକରେ ବସିଥିବା ମହିଳା ଜଣକ ର ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ହୋଇ କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି।
ପ୍ରକାଶ ଥାଉକି ଆଜି ଦିନ ୧୦ଘଣ୍ଟିକା ସମୟରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୀର ଜଗନ୍ନାଥ ପୁରୁ ଶାସନ ର କେଦାରନାଥ ଶତପଥି ଙ୍କ ପୁଅ ସନ୍ତୋଷ କୁମାର ଶତପଥି ଓ ତାଙ୍କ ସ୍ତ୍ରୀ କବିତା ଶତପଥୀ ପୋଲସରା ରୁ ୟାମା ଫେଜର ଗାଡ଼ି ରେ ଯାହାର ନମ୍ବର୍ OD07Y8438ନିଜ ଗ୍ରାମକୁ ଫେରୁଥିବା ବେଳେ କୋଦଳା ନିକଟସ୍ଥ ଲୁହା ଶଙ୍ଖ ନିକଟରେ ହଟାତ ଗୋଟିଏ ମାଙ୍କଡ଼ ଗାଡ଼ି ଉପରକୁ ଡ଼ିଆଁ ମାରିଥିଲା ।ଯାହା ଫଳରେ ଦୁଇ ଜଣ ଗାଡ଼ିରୁ ପଡିଯାଇଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଇଠାରେ ଡାକ୍ତର କବିତା ଶତପଥୀ (୫୫)ଙ୍କୁ ମୃତ ଘୋଷଣା କରିଥିବାବେଳେ ସନ୍ତୋଷ କୁମାର ଶତପଥୀ (୨୨)ଚିକିତ୍ସା ଧୀନ ଅଛନ୍ତି।
ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଚଳାଇ ଥିବାବେଳେ ଶବ କୁ ବ୍ଯବଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି।


Share: