ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଭିଜିଲାନ୍ସ ଜାଲ ରେ ପୁଣି ଜଣେ ସରକାରୀ ବାବୁ ପଡିଛନ୍ତି ପ୍ରାପ୍ତ ସୂଚନା ଅନୁଯାଇ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ ଖୋଳତାଡ଼ ହେଉଛି । ସମ୍ବଲପୁର ବୁର୍ଲା ଟାଉନରେ ୩ ମହଲା କୋଠା ଠାବ ହୋଇଛି । ସେହିପରି ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ବାସଭବନ ଓ ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଛାନବିନ୍ ଚାଲିଛି ।


Share: