ସର୍ବଭାରତୀୟ ବ୍ୟାଡ଼ମିନଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରIକିଙ୍ଗ ବ୍ୟାଡ଼ମିନଟନ ଟୁର୍ନାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି I ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ମୋଟ 18 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ମନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ I ଏଥିରେ 17ବର୍ଷରୁ କମ ମିକ୍ସ ଡବଲସରେ ଓଡିଶାର ପ୍ରଗତି ପରିଡା ଏବଂ ଭାର୍ଗବ ରାମ ରନର୍ସ-ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି I ଓଡ଼ିଶା ଖେଳାଳିଙ୍କ ଏହି ବିଜୟ ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ ତଥା ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ନିର୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବ୍ୟାଡମିନଟନ କ୍ରୀଡ଼ାର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିନଟନ ଏଚପିସି ପ୍ରତିଷ୍ଠା ସହ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ଯେଉଁ ପ୍ରୟାସ ଆରମ୍ଭ ହୋଇଛି ଏହା ତାର ଜ୍ୱଳନ୍ତ ନିଦର୍ଶନ ବୋଲି ନିର୍ଦେଶକ ଶ୍ରୀ ଦାସ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟକି ଓଡ଼ିଶା ସାଇ ବ୍ୟାଡମିନଟନ ଏକାଡେମୀ ପିଲାମାନଙ୍କ ଉନ୍ନତ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ହଷ୍ଟେଲ ସୁବିଧା ସହ ଖାଇବା ପିଇବା ଉନ୍ନତ କୋଚିଂ, ଶାରୀରିକ ସୁସ୍ଥତା ପାଇଁ ଜିମ, ପୁରୁଷ ଓ ମହିଳା ଫିଜିଓ ନିଯୁକ୍ତ କରିଛନ୍ତି ।


Share: