ଗାୟତ୍ରୀ ପ୍ରଜ୍ଞା ପୀଠ ଚାରିବାଟିଆ ତରଫରୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ ଆରମ୍ଭ

Share:

ଓଡିଶା ବ୍ୟୁରୋ ଚିଫ

ଚୌଦ୍ଵାର: ଗାୟତ୍ରୀ ପ୍ରଜ୍ଞାପୀଠ , ଚାରବାଟିଆ ,ଚୌଦ୍ଵାର, କଟକ ତରଫରୁ ସ୍ଥାନୀୟ ମଙ୍ଗରାଜପୁର ମା’ ଡମ ଡମଣି ପୀଠରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପୃଥିବୀରେ ୩୦୦ ଟନ୍ ପ୍ଲାଷ୍ଟିକ ଲୋକ ମାନଙ୍କ ଦ୍ଵାରା ବ୍ୟବହୃତ ହୁଏ। ସେଥି ମଧ୍ୟରୁ ୯ ପ୍ରତିଶତ ପ୍ଲାଷ୍ଟିକ ପୁଣି ବ୍ୟବହାର ହୁଏ। ଅବଶିଷ୍ଟ ପ୍ଲାଷ୍ଟିକ ଜଙ୍ଗଲ ମଧ୍ୟରେ ପଡ଼ିରହି ଜଙ୍ଗଲ ନଷ୍ଟ ହେବ ସହ ମୃତ୍ତିକା କ୍ଷୟ ହୁଏ। ଏହି ପ୍ଲାଷ୍ଟିକକୁ ଜଙ୍ଗଲର ଜୀବଜନ୍ତୁ ମାନେ ଖାଇ ମୃତ୍ୟୁ ବରଣ ମଧ୍ୟ କରନ୍ତି।ଏହି କୁଅଭ୍ୟାସ ବିରୋଧରେ ବିଚାର କ୍ରାନ୍ତି ଅଭିଯାନ ରୂପେ ଏକ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ସୃଷ୍ଟି କରିବା ଗାୟତ୍ରୀ ପରିବାରର ୨୦୨୨ର ମୁଖ୍ୟ ଲକ୍ଷ୍ୟ। ଏବଂ ଆସନ୍ତା ମକର ଯାତ୍ରା ଉପଲକ୍ଷେ ମଙ୍ଗରରାଜପୁର ନିକଟସ୍ଥ ମା ଡମ ଡମଣୀ ପୀଠରେ ଗାୟତ୍ରୀ ପ୍ରଜ୍ଞାପୀଠର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ନେତୃତ୍ବରେ ଏକ ପ୍ଲାଷ୍ଟିକ ମୁକ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ପରିବାରର ସଦସ୍ୟ ମାନେ ୫୦ କେ.ଜି.ରୁ ଉର୍ଦ୍ଧ ପ୍ଲାଷ୍ଟିକ ଏବଂ କାଚ ବୋତଲ ସଂଗ୍ରହ କରିଥିଲେ। ଏବଂ ଆସିଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଭାପତି ନିରଞ୍ଜନ ସାହୁ ଙ୍କ ସମେତ ମନ୍ଦିର ପରିବ୍ରାଜକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ମୂରଲୀଧର ବରାଳ, କବିତା ବେହେରା, ସରିତା ନାୟକ, ଦୁର୍ଗା ଅଗ୍ରୱାଲ ,ଆଦିକନ୍ତା ମହାନ୍ତି, ଆଶିଷ ହଲଦର୍ , ମିନାକ୍ଷୀ ରାଉତ୍ ରାୟ, ବିଶ୍ୱ ପ୍ରକାଶ ସ୍ୱାଇଁ, ସତ୍ୟବ୍ରତ ସାମଲ , ଇପ୍ସିତା ବେହେରା, ସିମିତା ପୂର୍ତ୍ତି ଏବଂ ୨୫ ଜଣ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏବଂ ମା ଡମ ଡମଣୀ କମିଟିର ସଭାପତି ଜୟନ୍ତ କୁମାର ପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ରାଉତ,ସଂଯାଯୋକ ବସନ୍ତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Share: