ଶିକ୍ଷାରୁ ମିଳିଥାଏ ସଂସ୍କାର

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :ଶିକ୍ଷାରୁ ମିଳିଥାଏ ସଂସ୍କାର, ସଂସ୍କାର ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ ବିକଶିତ ହୋଇଥାଏ l ଫୁଣି ସେହି ଶିକ୍ଷା ସହିତ ଅଧ୍ୟାମିକତା ଯୋଡି ହେଲେ ଶିଶୁ ଜଣେ ଭଲ ମଣିଷ ହୋଇପାରିବ ବୋଲି ତିରୁପତି ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ସାତପଥୀ ମତବ୍ୟକ୍ତ କରିଛନ୍ତି l କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗରଜଙ୍ଗା ସ୍ଥିତ ତାରିଣୀ ଶିକ୍ଷାନୁଷ୍ଠାନ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ସାତପଥୀ ଯୋଗ ଦେଇ ଏହା କହିଥିଲେ l ଅଧକ୍ଷ ଜ୍ଞାନରଞ୍ଜନ କୁଣ୍ଡୁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ମହାବିଦ୍ୟାଳୟ ପ୍ରାକ୍ତନ ଅଧକ୍ଷ ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର ଯୋଗଦେଇ ଶିକ୍ଷା ମଣିଷକୁ ମଣିଷ ପଣିଆ ଆଡକୁ ନେଇଥାଏ l ସନମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶ୍ବର ସେନ, ଶିକ୍ଷାବିତ ପ୍ରୀତବାସ ପଣ୍ଡା ଓ ଡ଼ ପ୍ରମୋଦ ମହାପାତ୍ର ଯୋଗଦେଇଥିଲେ l ଇଂଲଶ ଅଧ୍ୟାପକ ଲକ୍ଷ୍ମୀଧର ଲେଙ୍କା ଅତିଥି ପରିଚୟ ଅନୁଷ୍ଠାନର ଉପଦେଷ୍ଟା ଉମାକାନ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ l ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଶ୍ରୀବତ୍ସ ପଣ୍ଡା ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଏହି ଅବସରରେ 6 ଜଣ ଶିକ୍ଷାବିତ ସହ ଶିକ୍ଷାନୁଷ୍ଠାନ ଛାତ୍ରବଦ୍ରୀନାଥ ରାଉତ ଓ ଛାତ୍ରୀ ଜ୍ୟାତ୍ରୀମୟୀ ଖୁଣ୍ଟିଆ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା


Share: