ସେବା ସମବାୟ ସମିତି ରେ ଝୁଲିଛି ତାଲା l ଚାଷୀଙ୍କୁ ମିଳୁନି ସାର l ବିଜେପି କୃଷକ ମୋର୍ଚା ଓ ଚାଷୀ ଙ୍କ ପକ୍ଷରୁ ପ୍ରତିବାଦ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ୟୁରିଆ ସାର କଳାବଜାର କୁ ନେଇ ଚିନ୍ତାରେ ଚାଷୀ l ସରକାର ଙ୍କ ନିର୍ଦ୍ଧାରିତ ଦର ଠାରୁ ଦୁଇଗୁଣା ଉଚ୍ଚା ଦରରେ ସାର ବିକ୍ରୀକୁ ନେଇ ଚାଷୀ ଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ l ଅନ୍ୟପଟେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ସାର ବିକ୍ରୟ କେନ୍ଦ୍ର ଝାଡ଼ବାଇ ସେବା ସମବାୟ ସମିତିରେ ପନ୍ଦର ଦିନ ହେବ ଝୁଲୁଛି ତାଲା l ସାର ପାଇବା ଆଶାରେ ଚାଷୀ ସମବାୟ ସମିତି କୁ ଆସି ନିରାଶ ହୋଇ ଫେରୁଥିବା ବେଳେ ଅଧିକାରୀ ଙ୍କ ମିଳୁନି ଦେଖା l ଚାଷୀ ଙ୍କ ଗୁହାରି ଶୁଣିବାକୁ କେହିନଥିବା ବେଳେ ଏହାକୁ ନେଇ ପ୍ରତିବାଦର ଶ୍ୱର ଉଠାଇଛି ବିଜେପି କୃଷକ ମୋର୍ଚା l ଆଜି କୃଷକ ମୋର୍ଚା ରାଜ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ ନେତୃତ୍ୱରେ ଅଞ୍ଚଳ ର ଚାଷୀ ସେବା ସମବାୟ ସମିତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଗାମୀ ପଞ୍ଚାଦିନ ମଧ୍ୟରେ ଚାଷୀ ଙ୍କୁ ସରକାର ଧାର୍ଯ୍ୟ ଦରରେ ସାର ଯୋଗାଇବା କୁ ଦାବିକରିଛନ୍ତି l ନଚେତ କୃଷକ ମୋର୍ଚା ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ନେଇ କହିଛନ୍ତି ରାଜ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ l


Share: