କଲ୍ୟାଣଶିଙ୍ଗପୁର ର ଶିବପୀଠ ଦେବଗିରି ଠାରେ ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Share:

ଅମୂଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ରେ ଥିବା ପ୍ରସିଦ୍ଧ ଐତିହାସିକ ଶୈବ ପୀଠ ଦେବଗିରି ଠାରେ ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଦେବଗିରି ମନ୍ଦିର ପରିଚାଳନା କମିଟି ର ସଭାପତି ତଥା କେସିଂପୁର ଜ଼ିଲ୍ଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ତଥା କେସିଂପୁର ବ୍ଲକ ବିଜେଡି ସଭାପତି ଶ୍ରୀ ସୁନ୍ଦର ରାଓ ବାଗ ,ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା ସ୍ୱରୂପା ନନ୍ଦ ଗିରି,ଗୁଡୁଲ୍ଲା ପ୍ରସାଦ ରାଓ ସମେତ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l
କରୋନା ମହାମାରୀ ଯୋଗୁଁ ଫିକା ପଡିଥିବା ଐତିହାସିକ ଦେବଗିରି ମହାଶିବରାତ୍ରି ଜାଗର ଯାତ୍ରା ଯେପରି ୭ଦିନ ଧରି ଧୁମଧାମରେ କରାଯିବ ଆଲୋଚନା କରଥିଲେ l ଏହି ଶୈବପିଠକୁ ଭଗବାନ ଙ୍କ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସୁଥିବା ଭକ୍ତଙ୍କ ପାଇଁ ସୁବିଧା ରେ ଦେବ ଦର୍ଶନ କିି ପାରିବେ, ସେମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା, ଗାଡି ପାର୍କିଙ୍ଗ,ଯାତ୍ରା ପଡିଆ, ସାଂକୃତିକ କାର୍ଯ୍ୟକ୍ରମ ,ଅର୍ଥ ଆଦାୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି ।ଏହି ଦେବଗିରି କୁ ମହାଶିବାରାତ୍ରି ସମୟ ରର ପୋଡ଼ସୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ଓଡିଶା ବିଭିନ୍ନ ଜ଼ିଲ୍ଲା ରୁ ଲକ୍ଷଧିକ ଭକ୍ତ ସମାଗମ ହୋଇଥାନ୍ତି କିନ୍ତୁ ଗତ ଦୁଇ ବର୍ଷ କରନା ମହାମାରୀ ଲାଗି ଶିବରାତ୍ରି ଯାତ୍ରା ବନ୍ଦ ରହିଥିଲା କିନ୍ତୁ ଏହି ବର୍ଷ କରୋନା ମହାମାରୀ ର ପ୍ରଭାବ ନଥିବାରୁ ଏହି ଶିବରାତ୍ରି ରର ବହୁ ଜଣସମାଗମ ହେବାର ଆଶଙ୍କା ଥିବାରୁ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ଭକ୍ତ ଭଗବାନ ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାପାଇଁ ସଭାପତି ବାରା଼ପ୍ରସାଦ କହିଥିଲେ l ଆଗାମୀ ବୈଠକରେ ସମସ୍ତ ପ୍ରଶାସନ ମାନଙ୍କୁ ନେଇ ଏକ ବୈଠକ କରାଯିବ ସେଥିରେ ସମସ୍ତ ନିଷ୍ପତି ନିଆଯିବ ବୋଲି କମିଟି ରେ ସ୍ଥିର ହୋଇଛି l


Share: