ଅବକାରୀ ବିଭାଗର ମଦ ଧରପଗଡ,ବଳିପଡ଼ିଲେ ସ୍ଥାନୀୟ ତହସିଲଦାର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ: ମଦ ଧରପଗଡ ବେଳେ ଓ ଏ ଏସ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ
୧୨ କର୍ମଚାରୀ ଆହତ ,ତହସିଲଦାର ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର
ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନସ୍ଥ ବୁଡ଼ିଘାଟି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଦ ଧରିବାକୁ ଯାଇ ଗ୍ରାମବାସୀ ଙ୍କ ର ଆକ୍ରୋଶ ର ଶୀକାର ହେଲେ ସ୍ଥାନୀୟ ତହସିଲଦାର, ଅବକାରୀ ବିଭାଗ ଓ ପୋଲିସ।ମିଳିଥିବା ସୂଚନା ପ୍ରକାରେ ପ୍ରଥମେ ଅଁଳାଗୁମ୍ମା ଗ୍ରାମରେ ଚଡ଼ାଉ କରିଥିଲେ ,ପରେ ମନ୍ଦରଡ଼ା ପଞ୍ଚାୟତ ଅଧୀନ ରେ ଥିବା ବୁଡିଘାଟ ଗ୍ରାମରେ ବେଆଇନ ମଦ କାରବାର ଚାଲିଥିବା ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ର ଚଡ଼ାଉ ହୋଇଥିଲା।

ଚଡ଼ାଉ ଚାଲିଥିବା ସମୟରେ ଉକ୍ତ ଗ୍ରାମର ପ୍ରାୟ ୭୦ ରୁ ୯୦ ଜଣ ଲୋକ ଆସି ଅବକାରୀ ବିଭାଗ ଓ ପୋଲିସ ଙ୍କୁ ଘେରାବନ୍ଧି କରିଥିଲେ ।ସେମାନଙ୍କ ସହ ଯୁକ୍ତି ତର୍କ କରୁଥିବା ଦେଖି ତହସିଲଦାର ଶ୍ରୀ ଅମିତ୍ କୁମାର ଲୋକଙ୍କୁ ବୁଝା ସୁଝା କରିବା ପାଇଁ ଗାଡିରୁ ଓହ୍ଲାଇ ଯାଉଥିବା ସମୟରେ ଅତର୍କିତ ଭାବେ ତହସିଲଦାର ଙ୍କୁ ପଛପଟୁ କିଛି ଉତ୍ୟକ୍ତ ଲୋକ ଆକ୍ରମଣ କରି ମୁଣ୍ଡ ଫୋଟାଇ ଦେଇଥିବା ବେଳେ ବ୍ରହ୍ମପୁର ରୁ ଆସିଥିବା ୧୨ ଜଣ ରିଜର୍ଭ ପୋଲିସ ଏବଂ ଜରଡା ଏସ. ଆଇ ମଦିନେଶ୍ୱର କହଁର ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିିବା ସହ ମହିଳା ପୋଲିସ କର୍ମଚାରୀ ଙ୍କ ଉପରେ ଗରମ ଡାଲି ପାଣି ଢ଼ାଳି ଦେଇଥିଲେ ।ମାଡ଼ ଭୟରେ ସମସ୍ତ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ ଏବଂ ଅବକାରୀ ବିଭାଗର ଗାଡ଼ିକୁ ମଧ୍ୟ ଅଟକାଇ ଭଙ୍ଗାରୁଜା କରିଥିଲେ ଗ୍ରାମବାସୀ ।ଉପସ୍ଥିତ ବୁଦ୍ଧି ଖଟାଇ ତହସିଲଦାର ଙ୍କ ଡ୍ରାଇଭର ନୀଳକଣ୍ଠ ସେମାନଙ୍କ କବଳରୁ ତହସିଲଦାର ଓ ଆହତ ହୋଇଥିବା ପୋଲିସ କର୍ମଚାରୀ ମାନଙ୍କୁ ଘଟଣା ସ୍ଥଳରୁ ଫିଟାଇ ସୁରଙ୍ଗି ମେଡିକାଲ୍ ରେ ଭର୍ତି କରିଥିଲେ। ପରେ ପିଡି ଶ୍ରୀ ଭି.କିର୍ତିଭାସନ ସୁରଙ୍ଗୀ ମେଡିକାଲ୍ ରେ ପହଞ୍ଚି ତହସିଲଦାର ସମେତ ଅନ୍ୟ ଆହତ କର୍ମଚାରୀ ମାନଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଶ୍ରୀ ଅମିତ୍ କୁମାର ନାୟକ ଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ଧରିଯାଇଥିଲେ।ସୁତରାଂ ଆଜିର ଘଟଣାବଳୀ କୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ପୋଲିସ ର ନିସ୍କ୍ରାୟତା ଯୋଗୁଁ ଜଣେ କାର୍ଯ୍ୟ ନିର୍ବାହୀ ଦଣ୍ଡାଧିକାରି ଅକାରଣେ ଦଣ୍ଡପାଇଲେ।ଏଠାରେ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଜଣେ ଓ ଏ ଏସ ଅଫିସର ଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ପୋଲିସ ବିଭାଗ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି।ଦେଖିବାକୁ ବାକି ରହିଲା ପୋଲିସ କେବେ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।


Share: