ସୋରଡା ଅଞ୍ଚଳରେ ଅବକାରୀ ଧରପଗଡ଼, ବିଦେଶୀ ମଦ ଜବତ ସହ ଜଣେ ଗିରଫ

Share:

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲ।ଙ୍ଗେ ଓ ଅବକାରୀ ବିଭାଗ ଉଛ କତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୋରଡ଼ା ତହସିଲ ର ବିଭିନ୍ନ ଅଞ୍ଚଳରେ ଚଢ଼ାଉକରି ଅବକାରୀ ବିଭାଗ ବିପୁଳ ପରିମାଣର ବେଦେଶୀ ମଦ, ସ୍ପିରିଟ, ଖାଲି ମଦ ବୋତଲ ସହିତ ବିଭିର୍ଣ୍ଣ କମ୍ପାନୀର ମଦ ର ଲେବେଲ ଜବତ କରିଛନ୍ତି। ଜଣେ ଗିରଫ।ଗିରଫ ଜଣକ ହେଲେ ବଡଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ରାଧାମୋହନ ସାହୁ ।ଆଜି ଅଚାନକ ଚଢ଼ାଉ କରି ହରୁପୁର ଗ୍ରାମ ଜଣଙ୍କ ସହିତ 172.800 ଲିଟର ବିଦେଶୀ ମଦ ଜବତ କରିବା ସହ 156 ଲିଟର ବିଅର , ସ୍ପିରିଟ 19 ଲିଟର, ବିଭିର୍ଣ୍ଣ କମ୍ପାନୀର ଲେବେଲ 200 ଟି ଅବକାରୀ ବିଭାଗର ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବଡ଼ଗଡ଼ ଅଞ୍ଚଳର ହରିପୁର ଗ୍ରାମରେ ଚଢ଼ାଉ କରାଯାଇଥିଲା ।ଏହି ଚଢ଼ାଉରେ ବ୍ରହ୍ମପୁର ଡେପୁଟି କମିଶନର ଏବଂ ତାଙ୍କ କର୍ମଚାରୀ ସମେତ ଆସ୍କା ଅବକାରୀ ବିଭାଗ IIC ଧୀରେନ ବେହେରା,ଡେପୁଟି ସୁପେରିଟେଣ୍ଡେଣ୍ଟ ଓ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।

ରିପୋର୍ଟ ,ଭଗବାନପାଢ଼ୀ


Share: