ଛତ୍ରପୁର ଜାତୀୟ ରାଜପଥ ରାସ୍ତା କଡ଼ରେ ଖାଇବାକୁ ନପାଇ ଅସହାୟ ଅବସ୍ଥାରେ ପଡ଼ି ରହିଛି ବୃଦ୍ଧ ଘୋଡ଼ା

Share:

ଭଗବାନ ପାଢ଼ୀ ଗଞ୍ଜାମ ।
ଛତ୍ରପୁର: ହଜିଗଲା ମାନବିକତା , ଜୀବନ ସାରା ଘୋଡକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ଘୋଡାକୁ ରାସ୍ତା କଡରେ ଛାଡି ଚାଲିଗଲା ସ୍ବାର୍ଥପର ମାଲିକ । ଏମିତି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ। ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା ଯାହା ଫଳରେ ମାଲିକ ଘୋଡାଟିକୁ ଆଣି ଛାଡି ଦେଇଥିବା ଜଣାପଡିଛି । ଘୋଡାଟି ଖାଇବାକୁ ନପାଇ ଘୁରି ବୁଲୁଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ମାଲିକ ଘୋଡକୁ ବ୍ୟବହାର କରି ସାରା ଜୀବନ ଟଙ୍କା ରୋଜଗାର କଲା ପରେ ସ୍ବାର୍ଥପର ମାଲିକ ଏବେ ବୃଦ୍ଧ ଘୋଡାଟିକୁ ଛାଡି ଚମ୍ପଟ ମାରିଛି ।

ତେବେ ବୃଦ୍ଧ ଅବସ୍ତା ଆସିଗଲେ କେମିତି ଅବସ୍ଥା କରାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ଆପଣ ମାନେ ଦେଖୁଛନ୍ତି । ମାଲିକ ମାନେ କିପରି ମାନବିକତା ଭୁଲି ଯାଉଛନ୍ତି ଏହି ବୃଦ୍ଧ ଘୋଡାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ସେହିପରି କିଛି ଦିନ ତଳେ ଖଲ୍ଲିକୋଟ ଅଂଚଳରେ ମଧ୍ୟ୍ୟ ଏକ ଓଟ କୁ ମଧ୍ୟ୍ୟ ଛାଡି ମାଲିକ ଚାଲିଯାଇଥିବା ବେଳେ ପରେ ଓଟଟିର ମୃତ୍ୟୁ ହୋଇଥିଲା ।

ଏହି ଦୃଶ୍ୟ ପଶୁପ୍ରେମିଙ୍କ ମନରେ ଶକ୍ତ ଆଘାତ ଦେଇଥିବାରୁ ଘୋଡା ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବୀ ହେଉଛି । ଏନେଇ ଜଙ୍ଗଲ ବିଭାଗ, ପଶୁ ବିଭାଗ ଓ ଛତ୍ରପୁର ଏନ୍ଏସିକୁ ଜଣାଇଥିଲେ ମଧ୍ୟ କାହାରି ଦେଖା ମିଳିନଥିଲା।


Share: