ସତ୍ୟସାଇ ସଙ୍ଗଠନ ର ରକ୍ତ ଦାନ ଶିବିର ଢେଙ୍କାନାଳ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଦେଙ୍କନାଳ :ଶ୍ରୀ ସତ୍ୟସାଇ ସେବା ସମିତି ଢେଙ୍କାନାଳ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର( ଅମୃତ ବିନ୍ଦୁ) ତା୨୪.୦୪.୨୨ ଦିନ ଅନୁଷ୍ଠିତ ହୋଇ ଯାଇଅଛି।ସାଧାରଣତଃ ଗ୍ରୀଷ୍ମ ଋତୁରେ ଯେତେବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଥାଏ ସତ୍ୟ ସାଇ ସଂଗଠନ ରକ୍ତ ଦାନ ଶିବିର ଆୟୋଜନକୁ ଗୁରୁତ୍ୱ ଦେଇଥାଏ,ଚଳିତ ମାସ ଭିତରେ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛଅ ଟି ଶିବିର ଆୟୋଜନ କରି ସାରିଲେଣି।ଆଜିର ଶିବିରକୁ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ,ଏହି ଅବସରରେ ସତ୍ୟ ସାଇ ସଂଗଠନ ର ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ।

ସଂଗଠନ ର ଜିଲ୍ଲାଅମୃତ ବିନ୍ଦୁ ସଂଯୋଜକ ଡ଼ ପ୍ରେମାନନ୍ଦ ସାହୁ,ସେବା ସଂଯୋଜକ ବ୍ରଜବନ୍ଧୁ ଚୀନାରା,ଜାନକୀ ଦେଇ,ଆଧ୍ୟାତ୍ମିକ ସଂଯୋଜକ ବିରଞ୍ଚି ନାରାୟଣ ନାଥ,ଶିକ୍ଷା ସଂଯୋଜିକା ଅମିତା ମଞ୍ଜରୀ ଦାଶ, ସମିତି ଆବାହକ ବିଶ୍ୱଜିତ ନାୟକ,ଯୁବ ସଂଯୋଜକ ଶାନ୍ତନୁ ବେହେରା,ଅମୃତା ନାଥ ,ଶତ୍ରୁଘନ ମାଟି,ଅଭୟ ରାଉତ,ସୁଚିତ୍ର ବେହେରା,ବିଜୟଲଷ୍ମୀ ସାହୁ, ପ୍ରଶାନ୍ତ ନାୟକ ଆଦି ରକ୍ତ ଭଣ୍ଡାରର କର୍ମଚାରୀଙ୍କୁ ରକ୍ତ ସଂଗ୍ରହ ରେ ସହଯୋଗ ପ୍ରଦାନ କରି ଥିଲେ। ଆଜିର ଆରାଧନା ମହୋତ୍ସବ ଅବସରରେ ବେଦ ପାଠ ସହ ଏକ ଆଧ୍ୟାତ୍ମିକ ପରିବେଶ ରେ ରକ୍ତ ଦାନ କାର୍ଯ୍ୟ ଅନୁଷ୍ଠିତ ହୋଇ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।


Share: