ସନ୍ଧୟ ଜନକ ମୃତ୍ୟୁ

Share:

ନିତ୍ୟ ସୁନ୍ଦର ଜେନା ସ୍ୱତନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା, ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ ସମିତିସଭ୍ୟଙ୍କ ଆତ୍ମହତ୍ୟା।

ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ମାଟିଆସାହି ଗ୍ରାମର ବାବୁଲି ପ୍ରଧାନଙ୍କ ପତ୍ନୀ ଗୀତା ପ୍ରଧାନ ବୟସ -୨୮। ଗତ ଶୁକ୍ରବାର ରାତିରେ ସେ ବାସ କରୁଥିବା ଘରେ ଆତ୍ମହତ୍ୟା କରିଥିବା ସୂଚନା।ଗୀତା ଗତ ପଞ୍ଚାୟତ ନିର୍ବାଚନରେ ମାର୍ଶାଘାଇ ବ୍ଲକ ଦୁମୁକା ଗ୍ରାମ ପଞ୍ଚାୟତ ରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ତେବେ ବର୍ତ୍ତମାନ ଯାଏ ତାଙ୍କ ଆତ୍ମହତ୍ୟାର ପଛର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଗୀତା ଙ୍କ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି ମାର୍ଶାଘାଇ ଥାନାରେ ।ତାଙ୍କ କହିବା କଥା ଯେ ଆମ ଝିଅ କୁ ମାରିଦିଆ ଯାଇଛି।

ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ସାଇଁଟୀଫିକ୍ ଟିମ୍ ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।ତଦନ୍ତ ହୋଇ ସାରିଲେ ସଠିକ୍ ତଥ୍ୟ ମିଳିପାରିବ


Share: