ଆଉ ନାହାନ୍ତି ସମାଜସେବୀ ସ୍ବର୍ଗତ ରଂଜନ ଜେନା ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ : ଜନ ସାଧାରଣ

Share:

ଓଡିଶା ବ୍ୟୁରୋ ଚିଫ

କଟକ – ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ବାପା ମା’ଙ୍କ ଠାରୁ ଆତ୍ମୀୟ ସ୍ୱଜନ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ତେଣୁ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ
ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ପୂର୍ବତନ କର୍ପୋରେଟର ରଂଜନ ଜେନାଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରଶ୍ମିରେଖା ଜେନା ଯୋଗଦେଇ ପିଲାମାନଙ୍କୁ ମିଠା ବଣ୍ଟନ କରିବା ସହିତ ପିଲାମାନଙ୍କ
ଦ୍ୱାରା କେକ୍ କାଟି ଜନ୍ମଜୟନ୍ତୀ ପାଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାରକ ମହାନ୍ତି,ସୁକାନ୍ତ ରାଉତ ଉପସ୍ଥିତି ଥିଲେ ଏବଂ ବସ୍ତିର ସଭାପତି ନରୋତ୍ତମ ଗଣ୍ଠିଆ କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସମସ୍ତ ବସ୍ତିବାସିନ୍ଦା ପ୍ରସାଦ ସେବନ କରିଥିଲେ । ସୂଚନାଯୋଗ୍ୟ ସ୍ବର୍ଗତ ଜେନା ଜଣେ ମହାନ୍ ସମାଜସେବୀ, ଦରଦୀ ମଣିଷ ଭାବେ ପରିଚିତ ଥିଲେ ।


Share: