୪୨ ମୌଜା ଏରଞ୍ଚରେ ଶିଶୁ ମହୋତ୍ସବ ଓ ସମ୍ବର୍ଧନା ପର୍ବ

Share:

ଓଡିଶା ବ୍ୟୁରୋଚିଫ

କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ଏରଞ୍ଚ ଗ୍ରାମରେ ଆଇଡିଆଲ ଷ୍ଟଡି ସେଣ୍ଟର୍ ପକ୍ଷରୁ ଶିଶୁ ମହୋତ୍ସବ ମହା ଅନନ୍ଦରେ ପାଳିତ ହୋଇଯାଇଛି । ଶିଶୁ ମାନଙ୍କୁ ତିଳକ ପ୍ରଦାନ ପରେ ଚା ଚା ନେହୂରୁଙ୍କ ଆଦର୍ଶ ଓ ଜୀବନୀ ବିଷୟରେ ଛାତ୍ରଛାତ୍ରୀ ମାନେ ଭାଷଣ ଦେଇଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମିନତୀ ପତି ନେହେରୁଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ଅଧ୍ୟାପକ ସ୍ଵାଧୀନ ସଢଙ୍ଗୀ ସଭାପତ୍ଵ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ଲୋପାମୁଦ୍ରା ସଭା ପରିଚାଳନା କରିଥିଲେ । ଉକ୍ତ ପବିତ୍ର ଦିବସରେ ଏରଞ୍ଚ ଗ୍ରାମର ଆଇଆଇଟି ହାସଲ କରିବା ଶ୍ରୀମାନ ଦୀପ୍ତିମାନ ପତି, ଏମବିବିଏସ ପାଠ୍ୟକ୍ରମ ପାଇଁ ସ୍ଥିର ହୋଇଥିବା ଶ୍ରୀମାନ ଶିବ ଶଙ୍କର ପତି, ସୁଦର୍ଶନ ମହାବିଦ୍ୟାଳୟ ୨୦୨୨ ମସିହାରେ +୨ ବିଜ୍ଞାନ ଟପର କରିନା ମିଶ୍ର, +୨ କଳା ଟପର ତୃପ୍ତିମୟୀ ପତି ଏବଂ ଉକ୍ତ ଅନୁଷ୍ଠାନର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥବା ସମସ୍ତ ଛାତ୍ରଛାତ୍ରୀ ମାନକୁ ସମ୍ବର୍ଧନା କରାଯାଇଥିଲା । ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Share: