ଜାତୀୟ ସଂହତି ଦିବସ ଉପଲକ୍ଷେ ବିଧାନସଭା ରେ ସତ୍ୟପାଠ

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଓଡିଶା ବିଧାନସଭା ପକ୍ଷରୁ ଜାତୀୟ ସଂହତି ଦିବସ ଉପଲକ୍ଷେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରମତୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିବସ କୁ ଦେଶବ୍ୟାପୀ ଜାତୀୟ ସଂହତୀ ଦିବସ ରୂପେ ପାଳନ କରାଯାଇଛି l ଧର୍ମ, ଭାଷା, ପ୍ରାନ୍ତ ନିର୍ବଶେଷରେ ଦେଶର ଅଖଣ୍ଡତାକୁ ବଜାଇ ରଖିବା ଏବଂ ଦେଶବାସୀଙ୍କ ମଧ୍ଯରେ ଭାତୃତ୍ବଭାବ ଓ ଏକ ତାକୁ ସୁଦୃଢ଼ କରିବା ଏହି ଦିବସ ଉଦେଶ୍ୟ l ଆଜି ଏହି ମର୍ମରେ ବିଧାନସଭା ପରିସରରେ ସଚିବ ଶ୍ରୀ ଦାସରଥି ସତପଥୀ ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ଛନ୍ତି l ଦେଶର ସ୍ୱାଧୀନତା ତଥା ଏକତା ବଜାଇ ରଖିବା ସହ ଦେଶକୁ ସୁଦୃଢ କରିବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କାରୀଥିଲେ l


Share: