ଇଲେଟ୍ରି ବାଇକ ରେ ଲାଗିଲା ନିଆଁ ଜଳିଗଲା ଜିଓ ଡିଷ୍ଟବୁଟର କାର୍ଯ୍ୟାଳୟ
ଭଗବାନ ପାଢ଼ୀ
ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଚର୍ଚ୍ଚି ମାର୍କେଟରେ ଥିବା ଜିଓ ଡିଷ୍ଟବୁଟର କାର୍ଯ୍ୟାଳୟ ରେ ଆଜି ଭୋରୁ ନିଆଁ ଲାଗି ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ଘଟଣା ସ୍ଥଳରେ କୋଦଳା ଦମକଳ ବାହିନୀ ପହଂଚି ନିଁଆକୁ ଆୟତ୍ତକଲାବେଳକୁ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

ଜିଓ ଡିଷ୍ଟବୁଟର ମଲିକ ସୁଶାନ୍ତ କୁମାର ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ମେଡିକାଲ କାମରେ ଭୁବେନେଶ୍ୱର ଯାଇଥିଲେ ସେ ବିଳମ୍ବିତ ରାତିରେ ଆସି କୋଦଳା ରେ ଥିବା ନିଜ ଦୋକାନରେ ସୋଇଥିଲେ । ସେହି ଦୋକାନରେ ନିଜ ଇଲେଟ୍ରି ବାଇକ ଟିକୁ ରଖିଥିଲେ ଭୋରୁ ଭୋରୁ ଦେଖିଲା ବେଳକୁ ଗାଡିଟିରୁ ଧୂୟାଁ ବାହାରୁଚି ସଙ୍ଗେ ସଙ୍ଗେ କୋଦଳା ଦମକଳ ବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତକଲାବେଳକୁ ଦୋକାନ ରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।
