ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୪୨ ମୌଜାରେ ବିଶ୍ଵ ଜଳ ଦିବସ ଉପରେ ଆଲୋଚନା ଚକ୍ର

Share:

ସମୀର ରଞ୍ଜନ

କଟକ – କଟକ ସଦର ଅନ୍ତର୍ଗତ ୪୨ ମୌଜା ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ ଅନିକୁଲ୍ୟରେ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ରଙ୍କ ସଭାପିତ୍ବରେ ବିଶ୍ଵ ଜଳ ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏନଏସ ପୋଗ୍ରମ ଅଫିସର ବିଚିତ୍ରାନନ୍ଦ ପତି,ମଙ୍ଗଳାଚରଣ ପାଠ ସହ ଅତିଥି ମାନକର ପରିଚୟ ଓ ପ୍ରାରମ୍ଭକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡକ୍ଟର କଲିମୁଲ୍ଲା, ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ବିଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଉକ୍ତ ସଭାରେ ଅଧ୍ୟାପକ ଡ଼. ରାଜେନ୍ଦ୍ର କୁମାର ପତି, ଅଧ୍ୟାପିକା ଲିଲି ଦାସ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ୟୁଥ୍ ରେଡକ୍ରସ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।


Share: