ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଲେ ସଂଗ୍ରାମ ଦେହୁରୀ

Share:

କୋଦଳା :- 9/9/2021ବେଗୁନିଆପଡା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ଆଜି ସଂଗ୍ରାମ ଦେହୁରୀ ଯୋଗ ଦେଇଛନ୍ତି। ନୂତନ ଦାୟିତ୍ୱକୁ ନେଇ ଉତ୍ସାହିତ ଥିବା କହିଛନ୍ତି ଦେହୁରୀ । ସେ ଏହା ପୂର୍ବରୁ ରମ୍ଭା ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ ପରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀଯୁକ୍ତ ଦେହୁରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ବେଗୁନିଆପଡା ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ହୁମା ଫାଣ୍ଡି ଅଧିକାରୀ ରୂପେ ବଦଳି କରାଯାଇଛି।

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: