ସୁବର୍ଣ୍ଣପୁର ସହରର କୁଷ୍ଠା ପଡାର ଶିତଲେଇ ମନ୍ଦିରରେ ଶିତଳା ପୂଜା ଆରାଧନା ଆୟୋଜିତ ହୋଇ ଯାଇଛି

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ ।

ସୁବଅର୍ଣ୍ଣ ପୁର :କୁଷ୍ଠା ସମାଜର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶିତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି ।ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରଂପରା ରହିଛି ।ପ୍ରତିବର୍ଷ ଉଭୟ ଆଶ୍ବୀନ ଓ ଫାଲଗୁନ ମାସରେ ଦେବୀଙ୍କ ପାଖରେ ଶିତଳା ପୂଜା କରାଯାଇଥାଏ ।ତେବେ ରାଜା ବୀରମିତ୍ରଦୋୟ ସିଂହ ଦେବଙ୍କ ଶାସନ କାଳପୁ ପ୍ରାୟ 100 ବର୍ଷ ପୂର୍ବରୁ ଏହି ପୂଜାର ଆଧାର ପଡିଥିଲା ।ଏହି ପୂଜାରେ ପ୍ରଚଣ୍ଡ ରୌଦ୍ର ତାପରୁ ସମସ୍ତ ଜୀବଜଗତକୁ ଉଦ୍ଧାର କରିବା ସହିତ ସୁରକ୍ଷା ଦେବାକୁ ମାଙ୍କ ଠାରେ ଶ୍ରଦ୍ଧାଳୁମାନେ ଆରାଧନା କରିଥାନ୍ତି ।ପ୍ରକୃତିର କୋପକୁ ଶାନ୍ତ କରିବା ସହିତ ସୂର୍ଯ୍ୟ ଦେବଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜାର ଆୟୋଜନ କରାଯାଇ ଆସୁଛି ।ତେବେ ଅଂଶୁଘାତର ମୁକାବିଲା କରିବା ସହିତ ପ୍ରତିଟି ଜୀବକୁ ରକ୍ଷା କରିବା ପାଇଁ ମାଙ୍କ ଠାରେ ମହାନଦୀର ପବିତ୍ର ଜଳ ଲାଗି କରିବାର ପରଂପରା ଆଜି ବି ଅତୁଟ ରହିଛି ।ଏହି କାର୍ଯ୍ୟକ୍ରମ ରେ କୁଷ୍ଠା ପଡ଼ାର ୟୁଦିଷ୍ଟିର ମେହେର, ଶେଷଦେବ ମେହେର , ଗୋପାଳ ମେହେର , ଭୁବନ ମେହେର, ନାରାୟନ ମେହେର ନବୀନ ମେହେର ଓ ଜିଲ୍ଲାର ଶତାଧିକ ଲୋକ ଓ ମହିଳା ଭାଗ ନେଇଥିବା ଜଣା ପଡ଼ିଛି ।


Share: