ଲୋକକଳାକୁ ନେଇ ପଏଁରୀ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ
ସୁବର୍ଣ୍ଣପୁର: କଳା ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସୁବର୍ଣ୍ଣପୁରଠାରେ ଗ୍ରାମୀଣ ଲୋକକଳାର ବିକାଶ ଏବଂ ସଂରକ୍ଷଣକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । “ସାଂପ୍ରତିକ ପରିସ୍ଥିତିରେ ଲୋକକଳା ଏବଂ କଳାକାର” ଶୀର୍ଷକ ଆଲୋଚନାଚକ୍ରରେ ସୁବର୍ଣ୍ଣପୁର ମାଟିରେ ଆବାହମାନ କାଳରୁ ରହିଥିବା ପାରମ୍ପାରିକ ଗୀତ,ନୃତ୍ୟ ଓ ବାଦ୍ୟର ସଂରକ୍ଷଣ ସହ ବିକାଶ ଆଜିର ଦିନରେ ଏକ ବଡ ଆହ୍ବାନ ବୋଲି ବଶିଷ୍ଟ ସଂସ୍କୃତି ବିଷାରଦମାନେ ଆଲୋଚନା କରିଥିଲେ । ଲଡୁ କିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ଶିକ୍ଷାବିଦ୍ ବ୍ରଜମୋହନ ଦାନୀ, ନାଟଶ୍ରୀ ଗଦାଧର ବାରିକ,ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡଃ ଦେବାଶିଷ ପାଣ୍ଡିଆ,ସ୍ତମ୍ଭକାର ଘାସିରାମ ପଣ୍ଡା,ଲୋକ ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର,ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ବତ ତ୍ରିପାଠୀ,ବିଶିଷ୍ଟ ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁରର ବର୍ଣ୍ଣିଳ ସଂସ୍କୃତିର ପ୍ରଚାର – ପ୍ରସାର ସହ ପ୍ରାଚୀନ ଗ୍ରାମୀଣ କଳାର ବିକାଶରେ ଯୁବପୀଢିକୁ ଯୋଡିବାକୁ ଆହ୍ବାନ ଦେଇଥିଲେ । ପଏଁରୀ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନାରେ ଆୟୋଜିତ ସଂପାନରେ ଜିଲ୍ଲାର ୬ଟି ବ୍ଲକରୁ ଶତାଧିକ ଗ୍ରାମୀଣ କଳାକାର ଅଂଶଗ୍ରହଣ କରି ମତ ବିନିମୟ କରିଥିଲେ ପରେ ଅନୁଷ୍ଠାନ ର କୋଷାଧକ୍ଷ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l