5ଟି ସ୍ମାର୍ଟ ବିଦ୍ୟାଳୟର ରୂପାନ୍ତି କରଣ କାର୍ଯ୍ୟର ସମୀକ୍ଷା କରିଲେ ଜିଲ୍ଲାପାଳ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ :ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନରେ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବ୍ଲକର ୭ଗୋଟି ଉଚ୍ଚ ବିଦ୍ୟାଳୟ ର ସୋମବାର ଦିନରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପରିର୍ଦଶନ କରିଛନ୍ତି।ତେବେ ବିଦ୍ୟାଳୟରେ ଚାଲୁ ରହିଥିବା ରୂପାନ୍ତିକରଣ କାର୍ଯ୍ୟର ସମୀକ୍ଷା କରିବା ସହ ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟର ଉନ୍ନତିକରଣ ସକାଶେ ପ୍ରତ୍ୟେକ ବିଦ୍ୟାଳୟ କୁ ୩୫ ଲକ୍ଷଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଉକ୍ତ ଅନୁଦାନରେ ରାମନାଗୁଡା ଆର୍ଦଶ ବିଦ୍ୟାଳୟ ୪ଟି ସ୍ମାର୍ଟ ଶ୍ରେଣୀ କକ୍ଷ,ଇ-ଲାଇବ୍ରେରୀ, ଉଚ୍ଚକୋଟୀର ବିଜ୍ଞାନଗାର, ସ୍ମାର୍ଟ ଶୈଚାଳୟ ଆଦି ନିର୍ମାଣ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।ସେହିପରି ଅନ୍ୟାନ୍ୟ ବିଦ୍ୟାଳୟ ଗୁଡ଼ିକ ରେ ଦୁଇ ଟି ସ୍ମାର୍ଟ ଶ୍ରେଣୀ ଗୃହ ର କାର୍ଯ୍ୟ ଚାଲୁ ରହିଛି,ତେବେ ଅନେକ ବିଦ୍ୟାଳୟର ପୁନଃ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟ୍ୟାୟରେ ପହଞ୍ଚି ଥିବା ବେଳେ ଉକାମ୍ବା ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ଠାରୁ ଛାତ୍ରଛାତ୍ରୀ ନିମନ୍ତେ ଉଦ୍ଧିଷ୍ଟ ଶୈଚାଳୟ ବହୁ ଦୂରତା ରହିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ।ତେବେ ୫ଟି ଅଧିନରେ ରାମନାଗୁଡା ବ୍ଲକ ଆର୍ଦଶ ବିଦ୍ୟାଳୟ, ସୁଲୁଡି,ଅମଡିଙ୍ଗ ଉଚ୍ଚ ବିଦ୍ୟାଳୟ, ଗୁଲୁମୁଣ୍ଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଉକାମ୍ବା ଉଚ୍ଚ ବିଦ୍ୟାଳୟ, ଗୁମୁଡା ଦୈପଦୀ ବିଦ୍ୟାପୀଠ,ପରାଳା ଉଚ୍ଚ ବିଦ୍ୟାଳୟ ଆଦି ଅନ୍ତର୍ଭୁକ୍ତ ରହିଛି।ଏହି ପରିର୍ଦଶନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ପୂଣ୍ଣଚନ୍ଦ୍ର ବରିହା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର,ସହକାରୀ ଯନ୍ତ୍ରୀ ପତାପ କୁମାର ମିଶ୍ର,ପିଏ ପି ତାରିଣୀ ରାଓ,ପଞ୍ଚାୟତ ନିର୍ବାହୀ ଅଧିକାରୀ ପି ଦିବାକର ରାଓ,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ,ସୋମେଶ୍ବର ରାଓ,ହରେକୃଷ୍ଣ ପଣ୍ଡା, ଲାଡି ରବି ପ୍ରମୁଖ ଉପସ୍ଥିତ ଥିଲେ।


Share: