ବିଷମ କଟକ ବ୍ଳକରେ ତିନିପ୍ରମୁଖ ଦଳର ନିର୍ବାଚନ ପ୍ରଚାର…. ଗାଁ ଗାଁ ରେ ସବୁ ଦଳ ତରଫରୁ ଭୋଟରଙ୍କୁ ପୁଣି ଭିନ୍ନ ଭିନ୍ନ ପ୍ରତିଶ୍ରୁତିଉଷ୍ଣ ହେଉଛି ବିଷମ କଟକ ବାତାବରଣ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାୟଗଡା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ସ୍ଥାନୀୟ ବ୍ଲକରେ ଏବେ ରାଜନୀତି ସରଗରମ ହେବାରେ ଲାଗିଛି।

ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରଙ୍କୁ ମନ କିଣିବା ପାଇଁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି।ଏଠାରେ କ ଯୋନ ଜିଲ୍ଲା ପରିଷଦ ପାଇଁ ୪ଜଣ ପାର୍ଥିତ୍ୱ କରୁଛନ୍ତି। ଏପଟେ ଦୁର୍ଗମ ଅଞ୍ଚଳ ଗୁଡିକରେ ମୋବାଇଲ ସେବା ନଥିବାରୁ ଡିଜିଟାଲ ପ୍ରଚାରରେ ବାଧା ଦେଖାଦେଇଥିବା ବେଳେ ଅନେକ ଗାଁ ଲୋକେ ଏବେ ନେଟୱାର୍କ ଲାଗି ହଇରାଣ ହେବାରେ ଅଭିଯୋଗ ହୋଇଛି।

ADVT.

ହେଲେବି ସାପ୍ତାହିକ ହାଟ ଚାଟି କଣା ଠାରେ ପ୍ରଚାର ବାତାବରଣ ଉଷ୍ଣ ହେବାରେ ଲାଗିଛି ରାଜନୀତି।ଚଳିତ ନିର୍ବାଚନ ରେ ବିଜେଡି ର ସୁଜାତା କାଡ୍ରାକା ପ୍ରାର୍ଥୀ ହୋଇଥିବା ବେଳେ, କଂଗ୍ରେସ ର ଗୀତା କୃଷିକା, ବିଜେପି ର ରିତା ହିକୋକା ,ବିଏସପି ର କୁନି ଯାକେସିକା ପ୍ରମୁଖ ଏହି ଚାରି ଜଣ ବିଭିନ୍ନ ଦଳର ଦଳୀୟ ମହିଳା ପ୍ରାର୍ଥୀ ନିଜ ନିଜ ଦଳ ଉନ୍ନତି କରିବା ପାଇଁ ଚାଟି କଣା ସାପ୍ତାହିକ ହାଟ ରେ ପହଁଚି ପ୍ରଚାର କୁ ଜୋର ସୋର ରେ କରିଥିଲେ,
ଚାଲିଛି ପଞ୍ଚାୟତ ଭୋଟପାଇଁ ପ୍ରଚାର।

ADVT.

ଘରକୁଘର ବୁଲି ପ୍ରଚାର କରୁଛନ୍ତି ନେତା କର୍ମୀ ଏବଂ ପ୍ରାର୍ଥୀ।ଆଉ କେତେବେଳେ ହାଟ ଓ ବଜାରରେ ରେତ ଆଉ କେତେ ବେଳ ଗାଁ ଗଣ୍ଡା ରେ ଚାଲିଛି ଭୋଟ ଭିକ୍ଷା।ବ୍ଳକର ଅନେକ ଗାଁ କୁ ମୋବାଇଲ ସେବା ନାହିଁ ଏଥିପାଇଁ ଲୋକେ ମଧ୍ୟ ହଇରାଣ ହେବାରେ ଲାଗିଛନ୍ତି।ଆଉ ଘର କୁ ଘର ବୁଲି ଚାରି ପ୍ରମୁଖ ଦଳର ନେତା ଏବଂ କର୍ମୀମାନେ ଆସି ଭୋଟ ଭିକ୍ଷା କରୁଛନ୍ତି।ହେଲେ ବିଷମ କଟକ ବ୍ଳକରେ ବିକାଶ ନେଇ ଭୋଟରଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।ବ୍ଳକର ଅନେକ ଗାଁକୁ ଷ୍ଟ୍ରିଟ ଲାଇଟ,ଡ୍ରେନ,ପିଇବା ପାଣି, ରାସ୍ତାଘାଟର ସୁଧାର ହୋଇଥିବାବେଳେ ଅନେକ ଗାଁକୁ ପକ୍କା ରାସ୍ତା,ଷ୍ଟ୍ରିଟ ଲାଇଟ ଘର ଘର କୁ ବିଶୁଦ୍ଧପାଣି ସୁବିଧା ,ଚଳିତ ସାଧାରଣ ନିର୍ବାଚନପର ଠାରୁ ବିଜୁଜନତା ଦଳର ଜିଲ୍ଲା ସଭାପତି ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ବ୍ଳକରେ ବିଭିନ୍ନ ସ୍ଥାନରେ ନବୀନ ସରକାର ବିକାଶ କରିଛନ୍ତି ଆଉ ଅନ୍ୟଦଳର କର୍ମୀ ମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।ସରକାରଙ୍କ ଯୋଜନା ଗୁଡିକ ନେଇ ଏଠାରେ ଦୁଇଟିଯାକ ଆସନ ବିଜେଡି ଦାଖଲ କରିବା ସହ ସମିତି ଅଧକ୍ଷ ମଧ୍ୟ ହାସଲ କରିବ ବୋଲି ବିଜେଡି ପ୍ରାର୍ଥୀ ସୁଜାତା କାଡ୍ରାକା ସୂଚନା ଦେଇଛନ୍ତି।କଂଗ୍ରେସ ମଧ୍ୟ ଅନୁରୂପ ଆଶା ରଖିଛି ।ସେହିପରି ବିଜେପି ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ନେଇ ଲୋକଙ୍କ ପାଖକୁ ଯାଉଛି ଆଉ ଦୁଇଟି ଆସନରେ ଭଲ ପଦର୍ଶନ କରିବ ବୋଲି ଆଶାକରିଛି।


Share: