ରିଭୋଲକୋନା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା : କୋଲନରା ବ୍ଲକ ଅନ୍ତର୍ଗତ ଗଦିଶେଷଖାl ଗ୍ରାମ ପଞ୍ଚାୟତରେ ଥିବା ରିଭୋଲକୋନା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋଲା ବାମନ ମୂର୍ତ୍ତୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ପଞ୍ଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଲିସିକା, ସ୍ଥାନୀୟ ସରପଞ୍ଚ ରଂଜିତା ମୁଷୁକା,, ସମିତି ସଭ୍ୟ ମନୀଷ ରାଓ ମିନିଆକା,, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମୁଲୁ ମୁଷୁକା , କୋଳନରା ସରପଞ୍ଚ ପ୍ରମୋଦ କୋଣ୍ଡଗୋରି ଓ ପୂର୍ବତନ ଡି ଆଇ ବିଶ୍ୱାଳ ଓ ମୁଖ୍ୟ ବକ୍ତା ଭାବେ ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ୟାମଘନ ଭୂୟାଁ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ କୋଲା ବାମନ ମୂର୍ତ୍ତୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବଡ଼ ଖିଲାପଦର ସରପଞ୍ଚ ମାଦାରାଓ ସ୍କୁଲରେ ପୋଡ଼ା ସମୟ ର ଅନୁଭୂତି ବିଷୟରେ କହିଥିଲେ l ମୁଖ୍ୟବକ୍ତା ପାଠ ପାଢ଼ୀ ଶ୍ରେଷ୍ଠ ହେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତା ଦେଇଛନ୍ତି ତାହାକୁ ପାଳନ କରିବାକୁ ଉପଦେଶ ଦେଇଥିଲେ l ପ୍ରଧାନ ଶିକ୍ଷକ ସ୍କୁଲ ର ବିଭିନ୍ନ ଅଭାବ ଅସୁବିଧା ସାଙ୍ଗ କୁ ସ୍କୁଲ ର ଛାତ୍ର ଛାତ୍ରୀଙ୍କ କୃତକାର୍ଯ୍ୟ ବିଷୟରେ କହିଥିଲେ l ଏହି ସ୍କୁଲର ଛାତ୍ର ଚନ୍ଦୁ ଗାରାବାପୁ ପାରମ୍ପରିକ ବାଦ୍ୟଯନ୍ତ ପ୍ରତିଯୋଗିତା ରେ ଭାଗ ନେଇ ସରଗିଫୁଲ କାର୍ଯ୍ୟକ୍ରମ ରେ ପୁରସ୍କୃତ ହୋଇଛନ୍ତି ଓ ରାଜ୍ୟ ସରକାର ଙ୍କ ବନ ବିଭାଗ ଦ୍ୱାରା ଆୟୋଜିତ ଚିତ୍ର ଓ ବକ୍ତୃତା ପ୍ରତିଯୋଗିତା ରେ ଏହି ବିଦ୍ୟାଳୟ ର 5 ଜଣ ଛାତ୍ର ପୁରସ୍କୃତ ହୋଇଛନ୍ତି ବୋଲି କହିଥିଲେ l

ଏଥିରେ ବେଲକୋନା ଆଶ୍ରମ ପ୍ରଧାନ ଶିକ୍ଷକ ସିନନ୍ଦ ଜେନା, କେନ୍ଦୁଗୁଡା ଆଶ୍ରମ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ, ବିଲେସୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଡି ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା l ଏହି ସ୍କୁଲ ଟ ବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷକ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଧୀରେ ଧୀରେ ସମସ୍ତ ଅସୁବିଧା କୁ ପୂରଣ କରାଯିବ ବୋଲି ମନ୍ତ୍ତୀ ପ୍ରତିଶୃତି ଦେଇଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ତଥା ରାଜ୍ୟସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ମନ୍ତ୍ରୀ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ କଲା ବାମନ ମୂର୍ତ୍ତୀ ସ୍କୁଲରେ ଯୋଗଦାନ ପରେ ସ୍କୁଲର ପରିବେଶ ଓ ଶିକ୍ଷାର ମାନ ବୃଦ୍ଧି ହୋଇପାରିଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ରାମୁଲୁ ନିଜ ମନ୍ତବ୍ୟ ରେ କହିଥିଲେ lଛାତ୍ରୀଙ୍କ ଦ୍ୱାରା ଭାରତ ରେ ଏକତା ଓ ସର୍ବଧର୍ମ ର ନୃତ୍ୟ କୁ ଛାତ୍ରୀ ମାନେ ପରିବେଷଣ କରାଯାଇଥିଲା ଯାହା କୁ ଅତିଥି ମାନେ ପ୍ରଶଂସା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ କୁଟୁଳି ପ୍ରଧାନ ଶିକ୍ଷକ ଗୋପୀନାଥ ପରିଛା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରତାପ ଚନ୍ଦ୍ର ସାଉଁନ୍ତା ଲୋକେଶ୍ବରୀ ବିଡ଼ିକା, ସୁରେନ୍ଦ୍ର ପେନ୍ଦିଣ୍ଟି, ଡମ୍ବରୁଧର ତ୍ରିପାଠୀ, ସୁନିତା ଦାସ, ଶ୍ରୀଧର ଦାସ, ଶ୍ରୀଧର ପଟ୍ଟନାୟକ, ଅଣଶିକ୍ଷା କର୍ମଚାରୀ ଭାବେ ଶ୍ରୀଦାସ ମିନିଆକା ଶ୍ରୀଦାମ ମିନିଆକା,ଡ଼କି ମିନିଆକା, ଲକ୍ଷ୍ମୀ କୁଲେଷିକା, ଚଞ୍ଚଳା ସାହୁ, ସଞ୍ଜନା ବେଵାର୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Share: