ମନ୍ତରଝୋଲା ପାଠରଖଣୀ ପାଇଁ ଜନଶୁଣାଣୀ ଅନୁଷ୍ଠିତ

Share:

ରାୟଗଡା:ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ଓ ରାୟଗଡା ତାହାସିଲ ଅନ୍ତର୍ଗତ ମାଲିଗାଁ ରାଜସ୍ବ ନିରୀକ୍ଷକ ପରିମାଣ୍ଡଳ ଅନ୍ତର୍ଗତ ମନ୍ତରଝୋଲା ଗ୍ରାମର 5.665 ହେକଟର ପରିମିତ ଅଂଚଳ ରେ କ୍ଲଷ୍ଟର ଅପ୍ରଛ ଅନ୍ତର୍ଗତ ମାତାରଝୋଲା ପଥର ଖଣିରୁ 4,5,6 ଓ 7 ବାର୍ଷିକ 15929 ଘଂମିଟର ପଥର ଉତ୍ତୋଳନ କରିବା ନିମନ୍ତେ ଏକ ଜଣାଶୁଣାଣୀ ମନ୍ତରଝୋଲା ଗ୍ରାମରେ ଅତି ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି l ଏହି ଜଣାଶୁଣାଣୀ ରେ ଆଞ୍ଚଳିକ ପ୍ରଦ୍ୟୁଷାଣ ଅଧିକାରୀ ରାୟଗଡା, ଅତିରିକ୍ତରିକ୍ତ ଜ଼ିଲ୍ଲାପାଳ ଶ୍ରୀ ପ୍ରଧାନ ଓ ରାୟଗଡା ତାହାସିଲଦାର ତାପସ କୁମାର ରାଉତ ଉପସ୍ଥିତ ରହି ଜନଶୁଣାଣୀ କରିଥିଲେ l ଏହି ପଥର ଖାଦାନ ଦ୍ୱାରା ପରିବେଶ ଉପରେ କି ପ୍ରଭାବ ପଡୁଛି ଓ ଏହି ପଥର ଖନନ ପାଇଁ ଜନସାଧାରଣ ଙ୍କ ମତାମତ ଲୋଡ଼ିଥିଲେ l ଏଥିରେ ମାତାରଝୋଲା ଗ୍ରାମର ଏହି ଜଣାଶୁଣାଣୀ ରେ ଭାଗ ନେଇ ନିଜ ନିଜ ର ମତାମତ ରେ କହିଥିଲେ ଯେ ଏହି ପଥର ଖଣି ଖନନ ଦ୍ୱାରା ଗ୍ରାମର ଜନସାଧାରଣ ବହୁ ଉପକୃତ ହେଉଛନ୍ତି କିଏ ତ ଡ୍ରାଇଭର ତ କିଏ ମଜୁରିଆ, କିଏ ଚୌକିଦାର ଏହି ପରି ବହୁତ କାମ ପାଇ ନିଜ ନିଜ ର ପରିବାର ଗୁଜରଣ ମେଣ୍ଟାଉଛନ୍ତି ବୋଲି କହିଥିଲେ l କେତେକ ଜନସାଧାରଣ କହିଥିଲେ ଯେ ଆମେ ଏହି ପଥର ଖଣି ରର କାମ କରି ନିଜର ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇ ଉଚ୍ଚ ଶିକ୍ଷିତ କରାଇପାରୁଛୁ ଏହା ସହିତ ଖଣି ମାଲିକ କାଶୀ ନାଇଡ଼ୁ, ନରସିଂହ ମଣ୍ଡାଙ୍ଗୀ, ମାଦାରାଓ କୋଣ୍ଡଗିରି ଓ ଜୟନ୍ତୀ ପଟେଲ ଆମ ଗ୍ରାମର କୁ ବିଭିନ୍ନ ସମୟରେ ଜାନି ଯାତ୍ରା ଗାଁ ର ଗରିବ ବ୍ୟକ୍ତିଙ୍କ ପୁଅ ଝିଅ ର ବାହା ଘରେ ଆର୍ଥିକ ସାହାଯ୍ୟ କରନ୍ତି ଓ ବହୁ ବ୍ୟକ୍ତି ଙ୍କୁ ମେଡିକାଲ ଚିକିତ୍ସା ପାଇଁ ଭୁବନେଶ୍ୱର, ବିଶାଖାପାଟଣା କୁ ନେଇ ଚିକିତ୍ସା କରାଇଥାନ୍ତି l ଏହି ପଥର ଖଣି ଆରମ୍ଭ ହେବା ଦିନ ରୁ ଆମ ଗ୍ରାମର କୌଣସି ବ୍ୟକ୍ତି ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ କୁ ଦାଦନ ଖଟିବାକୁ ଯାଉନାହାନ୍ତି ଗାଁ ରେ ନିଜ ପରିବାର ସହିତ ରହି ହସ ଖୁସି ରେ କାମ କରନ୍ତି ଏହାଠୁ ବାଲି ସୁଖ ର କଥା କଣ ବୋଲି ଜନସାଧାରଣ କହିଥିଲେ ସେଥିପାଇଁ ଆମେ ଗ୍ରାମବାସି ରହି ପଥର ଖନନ ପାଇଁ ଅନୁମତି ଦେଉଛୁ ବୋଲି କହିଥିଲେ l ଖଣି ମାଲିକ ଙ୍କ ପକ୍ଷରୁ ଶ୍ରୀ କାଶୀ ନାଇଡ଼ୁ କହିଥିଲେ ଯେ ଏହି ପଥର ଖଣି ଦ୍ୱାରା ଆମେ ଏହି ଗ୍ରାମ ବାସି ଙ୍କ ଉନତି ପାଇଁ ଚେଷ୍ଟା କରୁଛୁ ପରିବେଶ ଉପରେ ଏହାର ପ୍ରଭାବ କୁ ନଜର ରଖି ପଥର ଖନନ କରୁଛୁ l ଗାଁ ଲୋକେ ଆମକୁ ପଥର ଖନନ ପାଇଁ ସବୁବେଳେ ସହଯୋଗ କରୁଛନ୍ତି ଆମେ ମଧ୍ୟ୍ୟ ତାଙ୍କରି ସହିତ ତାଙ୍କରି ପଛରେ ଅଛୁ ବୋଲି କହିଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦିଲି ପୋଲିସ ପକ୍ଷରୁ ସେକାଣ୍ଡ ଅଫିସର ଶ୍ରୀ ଜାନି ବାବୁ ଙ୍କ ନେତୃତ୍ୱ ରର ପୋଲିସ ଉପସିତ ଥିଲେ l


Share: