ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

Share:

ପପୁ କୁମାର ସାହୁ

ଢେଙ୍କାନାଳ : ଦେଙ୍କନାଳ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ଭିଡିଓ କନଫରେନସିଙ୍ଗ ହଲଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ବ୍ଲକ ଶିକ୍ଷା ଅଧିକାରୀ , ବିଡିଓ ପି.ଆର.ଆଇ ମେମ୍ବର , ସ୍କୁଲ ମ୍ୟାନେଜମେଣ୍ଟ କମିଟି ଯୋଜନା ପ୍ରସ୍ତୁତ କରି ସ୍କୁଲ ଓ କଲେଜର ସମସ୍ତ ପିଲାମାନଙ୍କୁ ଅଗ୍ରାଧ୍ୟାକାର ଭିଭିରେ ଟୀକା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୧୨ ରୁ ୧୪ , ୧୫ରୁ ୧୭ ଏବଂ ୧୮ରୁ ୫୯ ବର୍ଷ ବୟସ୍କବ୍ୟକ୍ତି ଓ ଫ୍ରଣ୍ଟ ଲାଇନ ୱାର୍କରମାନଙ୍କ ଟୀକାକରଣ ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ବିଡିଓମାନଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୪୬ ଟି ସ୍କୁଲ ଏବଂ ତୃତୀୟ ପର୍ଯ୍ୟାୟରେ ୫୩ ଟି ସ୍କୁଲ୍ ର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ବିଦ୍ୟାଳୟଗୁଡିକରର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସମାପନ ଓ ଶିକ୍ଷା ଉପକରଣର ବ୍ୟବସ୍ଥା କରି ଏହାର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ କହିଛନ୍ତି ।

ଶିକ୍ଷାର ସର୍ବାଙ୍ଗୀନ ବିକାଶ ଦିଗରେ ଅଧିକ ଯନୂଶୀଳ ହେବାକୁ ସେ ପରାମର୍ଶ ଦେବା ସହିତ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ଵ ଦେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଥିବା ସମସ୍ତ ସବ୍ ହେଲଥ୍ ସେଣ୍ଟର ଗୁଡିକରେ ପରିଷ୍କାର ପରିଚ୍ଛନ୍ନତା , କ୍ୟାନ୍ଟିନ- ଖାଦ୍ୟ ଯୋଗାଣ ବ୍ୟବସ୍ଥା , ମାସ୍କ ଯୋଗାଣ , ବିଭିନ୍ନ ପରୀକ୍ଷା ନିମନ୍ତେ ସହଯୋଗ , ଆବଶ୍ୟକ ହେଲେ ରୋଗୀମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପରିବହନ ବ୍ୟବସ୍ଥା ଆଦି କରିବା ନିମନ୍ତେ ଅଧ୍ୟକ ଦକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ନିଯୋଜନ କରିବାକୁ କହିଛନ୍ତି । ବିଭିନ୍ନ ଆବଶ୍ୟକତା ନିମନ୍ତେ ପିଲାମାନଙ୍କୁ ଯଥାଶୀଘ୍ର ଆବଶ୍ୟକ ପ୍ରମାଣ ପାତ୍ର ଯୋଗାଣ ଉପରେ ଗୁରୁତ୍ବ ଦେବାକୁ ସେ ତହସିଲଦାରମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଗ୍ରାମ ସଭା କରାଇ ପ୍ରକୃତ ଭୂମି ହୀନମାନଙ୍କୁ ଜମି ପ୍ରଦାନର ବ୍ୟବସ୍ଥା କରିବାକୁ କହିବା ସହିତ ବେ – ବନ୍ଦୋବସ୍ତ , ମ୍ୟୁଟେସନ କେଶର ସମାଧାନ କରିବା , ଜବରଦଖଲକାରିଙ୍କ କବଳରୁ ଜମି ଉଦ୍ଧାର କରି ଏହାକୁ ସରକାରଙ୍କ ଅକ୍ତିଆରକୁ ଆଣିବାକୁ ସେ କହିଛନ୍ତି । ବେଆଇନ ଖଣି ଖଦାନରେ ଚଢାଉ କରି , ବେଆଇନ ଖନନ , ଚୋରା ଚାଲାଣ ରୋକିବା ସହିତ ଜୋରିମାନ ଆଦାୟ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ତହସିଲଦାର ଓ ଆର.ଆଇ.ମାନଙ୍କୁ କହିଛନ୍ତି । ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା , କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରିବା ସହିତ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ସିଡିପିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ନୂତ୍ରୀ ଗାର୍ଡେନ ନିର୍ମାଣ ଓ ନିର୍ଦ୍ଧାରିତମାନର ଛତୁଆ ପ୍ରସ୍ତୁତି ପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତି ପଞ୍ଚାୟତରେ ବୃକ୍ଷ ରୋପଣ , ପାର୍କ , କାର୍ଯ୍ୟକ୍ରମ ରାସ୍ତା ତିଆରି , ପୋଖରୀ ଖନନ ଓ ଉନ୍ନତି କରଣ , , କରାଇ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଗ୍ରାମବାସୀଙ୍କ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯଥା ଶୀଘ୍ର ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଦୁସ୍ଥ ପରିବାରକୁ ଆର୍ଥିକ ସହାୟତା ଶୀଘ୍ର ପ୍ରଦାନର ବ୍ୟବସ୍ଥା କରିବାକୁ କହିଛନ୍ତି । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା . ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଟୀକାକରଣ , ଆରଟି ପିସିଆର ଓ ଆଣ୍ଟିଜେଣ୍ଟ ଟେଷ୍ଟିଙ୍ଗ ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ । ସମସ୍ତ ସ୍କୁଲ ଓ କଲେଜ ପିଲାମାନଙ୍କୁ ଯେପରି ଟୀକା ପ୍ରଦାନ କରାଯାଇପାରିବ ସେଥ୍ପ୍ରତି ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ବୈଠକରେ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧ୍ୟାକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱନ , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ଡି.ପି.ଏମ. , ଏନ.ଏଚ.ଏମ . ସୋନାଲୀ ପ୍ରିୟଦର୍ଶିନୀ , ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ଶ୍ରୀମତୀ ନିବେଦିତା ପାଣି , ଆପତ କାଳୀନ ଅଧିକାରୀ ଲୋପାମୁଦ୍ରା ରଥ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ ।


Share: