କୁକୁଡ଼ା କମ୍ପାନୀ ମାନଙ୍କର ମନମୁଖୀ କାର୍ଯ୍ୟ କଳାପ ରେ ଚାଷୀମାନେ ହନ୍ତସନ୍ତ ଯୋଗୁଁ ଟାଉନ ଥାନାର ଅଭିଯୋଗ

Share:

ପପୁ କୁମାର ସାହୁ

ଦେଙ୍କନାଳ :ଢେଙ୍କାନାଳ ଜିଲ୍ଲାର ସମସ୍ତ କୁକୁଡ଼ା ଚାଷୀ ମାନେ କୁକୁଡ଼ା କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଆଗରୁ କରାଯାଇଥିବା ଅଭିଯୋଗ ଅନୁଯାଇ ଏବେ ପର୍ଯ୍ୟନ୍ତ କୌଣସି ବି ପଦକ୍ଷେପ କୁକୁଡ଼ା କମ୍ପାନୀମାନେ ନେଉନାହାନ୍ତି l ଯାହା ଫଳରେ କୃଷକ ମାନେ ଚାଷକାର୍ଯ୍ୟ ସ୍ଥଗିତ ରଖି ଏହାର ସମାଧାନ କରିବାକୁ ଚାଁହୁଛନ୍ତି l କିନ୍ତୁ ଏହାର ସମାଧାନ କରିବା ବଦଳରେ କୁକୁଡ଼ା କମ୍ପାନୀର ମ୍ୟାନେଜର ଏବଂ କର୍ମଚାରୀ ମାନେ ଚାଷୀଙ୍କୁ ମାଡ ମାରିଛନ୍ତି ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଛନ୍ତି l ଚାଷୀଙ୍କ କହିବା ଅନୁଯାଇ କଟକରୁ ଗୁଣ୍ଡା ଆଣି ତାଙ୍କୁ ମରିବାର ଧମକ ଦେଇଛନ୍ତି ଏବଂ ଏବେ ତାଙ୍କର ଜୀବନ ବିପଦରେ ତେଣୁ ଏହାର ଏକ ସମାଧାନ କରାନଗଲେ ଏବଂ ସେମାନଙ୍କୁ ଉଚିତ ଶାସ୍ତି ନ ଦେଲେ ସେମାନେ ଅନଶନ କରିବେ l ଏବଂ ଯେତେ ଶୀଘ୍ର ଏହାର ସମାଧାନ କରାଗଲେ ସେମାନେ ଚାଷ କାର୍ଯ୍ୟ ଆରମ୍ଭ କରିବେ ବୋଲି ମତପ୍ରକାଶ କରିଛନ୍ତି l ତେଣୁ ଚାଷିମାନେ ଆଜି ଢେଙ୍କାନାଳ ଟାଉନ୍ ଥାନା ଘେରାଉ କରିଥିଲେ ଓ ଏକ ଦାବିପତ୍ର IIC କୁ ପ୍ରଦାନ କରିଥିଲେ ।


Share: