ପଚିଶ ଦିନରେ ପହଁଚିଲାଲ୍ୟାମ୍ପ କର୍ମଚାରୀ ଙ୍କ ଆନ୍ଦୋଳନ ….,ଚିନ୍ତାରେ ଚାଷୀ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ।

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଥିବା ଲ୍ୟାମ୍ପରେ ଆଜିକୁ ପ୍ରାୟ ୨୫ଦିନ ହେଲା ତାଲା ଝୁଲିଥିବା ଦେଖିବାକୁ ମିଳିଛି।ଓଡ଼ିଶା ସମବାୟ ସମିତି ସଂଘର ନିର୍ଦ୍ଦେଶ କ୍ରମେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ସଂଘର ୫ଦଫା ଦାବି ନେଇ ଗତ ନଭେମ୍ବର ୧୩ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।ଫଳରେ ରାମନାଗୁଡା ଲ୍ୟାମ୍ପ ଉପରେ ନିର୍ଭର କରୁଥିବା ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି।ତେବେ ସମସ୍ତ ପ୍ରକାର ରୂଣ ନେଣଦେଣ ବନ୍ଦ ହେବା ଫଳରେ ଚାଷୀ ରୂଣ ପାଇବାରୁ ବଞ୍ଚିତ ହେବା ସହ ରଣ ପରିଶୋଧ କରିପାରୁନାହାନ୍ତି।ମାସ ମାସ ଧରି ଆନ୍ଦୋଳନ ଜାରି ରହିବା ଫଳରେ ରଣଟଙ୍କାର ସୁଧ ବଢ଼ିବା ଆଶଙ୍କା ଦେଖାଦେଇଛି।ତେବେ ଆଗକୁ ଖରିଫ ରତୁ ଧାନକିଣା ପ୍ରକିୟା ଆରମ୍ଭ ହେବାକୁ ରହିଥିବା ବେଳେ ଧାନମଣ୍ଡି ଭାର ରାଜ୍ୟ ସରକାର ଲ୍ୟାମ୍ପସ ଉପରେ ନ୍ୟସ୍ତ କରିଥିବା ବେଳେ ତେବେ ସରକାର ଧାନକିଣା ପ୍ରକିୟା କିପରି ଚାଲିବ ତାକୁ ଦ୍ବନ୍ଦ ଦେଖାଦେଇଛି। ରାମନାଗୁଡାରେ ଆସନ୍ତା ୧୫ତାରିଖରେ ଧାନମଣ୍ଡି ଉଦଘାଟନ ହେବାକୁ ଥିବା ବେଳେ କିପରି ଧାନକିଣା ହେବ ତାକୁ ନେଇ ଚାଷୀଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି। ଯଥାଶୀଘ୍ର ସରକାର ୫ଦଫା ଦାବି ପୂରଣ କରାନଗଲେ ଆଗକୁ ଅନିଦ୍ଧିଷ୍ଟ କାଳ ଆନ୍ଦୋଳନ ଜାରି ରହିବ ବୋଲି ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,ଲାଡି ସନ୍ତୋଷ କୁମାର,ସୁରେଶ ନିମାଲା ପ୍ରମୁଖ କହିଛନ୍ତି।।


Share: