ଉପଖଣ୍ଡ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ରେ ଶୁଭାରମ୍

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଆଜି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ଖମାପଦର ଗ୍ରାମରେ ବ୍ଳକ ବିଜୁ ଯୁବଜନତା ଦଳର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ନେତୃତ୍ବରେ ଯୁବ ଓ ଛାତ୍ର ଦଳ ତରଫରୁ ସବ୍ ଡିଭିଜନର ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି। ମାନ୍ୟବର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିଥିଲେ ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଉଦ୍ଘାଟନ ମ୍ୟାଚ ରେ ପ୍ରଥମ ପାଳିରେ ଗୁଣପୁର ବ୍ଳକ ରେଙ୍ଗଲାପଦର ଟିମ୍ ରାମନାଗୁଡା ବ୍ଳକ କାଲ ଗୁମୁଡା ଗୁମୁଡା ଟିମ୍ କୁ ହରାଇ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟାର୍ଦ୍ଧ ଖେଳରେ ଖମାପଦର ଟିମ୍ ବିଜୟୀ ହୋଇଛି। ଏହି ଖେଳ ଆଜି ଠାରୁ ଆରମ୍ଭ ହୋଇଛି ଓ ଆସନ୍ତା ୨୬ ତାରିଖରେ ଫାଇନାଲ ମ୍ୟାଚ ଖେଳ ହେବ। ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଖ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମଣିମାଳା ଶବର, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରମେଶ ସାହୁ, ସନ୍ତ୍ରନ୍ତ ଉନ୍ନୟନ ପରିଷଦ ସଭ୍ୟ ଶ୍ରୀ ହୁରୁଚୁଲା ମାଝୀ ବ୍ଲକର ସମସ୍ତ ବରିଷ୍ଠ ଓ ଯୁବ ନେତା ଯୋଗ ଦେଇଥିଲେ ରଘୁନନ୍ଦନ ନାୟକ, ପ୍ରଶାନ୍ତ ସାହୁ, ସରପଞ୍ଚ କେଶରୀ ଶବର, ପଦ୍ମପୁର ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ନେତୃତ୍ବରେ ଏହି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆୟୋଜକ କରୁଛିl


Share: