ପୁଟାସିଂ ଓ କେରବା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ବାଳିକା ଉଚ୍ଚ ବିଦ୍ୟାଳୟ ଓ କେରବା ରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁଟାସିଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁ ଓ କେରବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିରୀମୟ ଶବର ଙ୍କ ସଭାପତିତ୍ୱରେ ଉଭୟ ସ୍କୁଲ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ବାର୍ଷିକ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜ଼ିଲ୍ଲା ମଙ୍ଗଳ ଶିକ୍ଷା ପରିଦର୍ଶକ ଶ୍ୟାମ ଘନ ଭୂୟାଁ, ସମ୍ମାନିତ ଅତିଥି ଭାବେ ଗୁପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଗୁଣୁପୁର ଭାର ପ୍ରାପ୍ତ ବିଡ଼ିଓ ପ୍ରଭାତୀ ଝୋଡ଼ିଆପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ସରପଞ୍ଚ ପୁଟାସିଂ ଓ ଶଗଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉଭୟ କେରବା ଓ ପୁଟାସିଂ ଉଚ୍ଚ ବିଦ୍ୟାଳୟ ରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଉଭୟ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ନିଜ ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେନିମନ୍ତ୍ରିତ ଅତିଥି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା l ଏହି ସ୍କୁଲ ର ବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷକ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଟାସିଂ ସରପଞ୍ଚ ଏହିଠାରେ ଏକ କଲେଜ ସ୍ଥାପନା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ଧୀରେ ଧୀରେ ସମସ୍ତ ଅସୁବିଧା କୁ ପୂରଣ କରାଯିବ ବୋଲି ମନ୍ତ୍ତୀ ପ୍ରତିଶୃତି ଦେଇଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ତଥା ରାଜ୍ୟସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ମନ୍ତ୍ରୀ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ସ୍କୁଲର ପରିବେଶ ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ବୃନ୍ଦ ଙ୍କ ସହଯୋଗ ପାଇଁ ଏହି ସ୍କୁଲ ମାନବୃଦ୍ଧି ପାଇଛି ବୋଲିପୁଟାସିଂ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁ ନିଜ ମନ୍ତବ୍ୟ ରେ କହିଥିଲେ l ଛାତ୍ରୀଙ୍କ ଦ୍ୱାରା ଭାରତ ରେ ଏକତା ଓ ସର୍ବଧର୍ମ ର ନୃତ୍ୟ କୁ ଛାତ୍ରୀ ମାନେ ପରିବେଷଣ କରାଯାଇଥିଲା ଯାହା କୁ ଅତିଥି ମାନେ ପ୍ରଶଂସା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l ପୁଟାସିଂ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘୋସକ ତପନସୁନାମୁଦୀ ପରିଚାଳନା କରିଥିଲେ l


Share: