ଯୁବକ ଙ୍କୁ ଛୁରାମଡ଼ା

Share:

ଭଗବାନ ପାଢ଼ୀ

ଗଞ୍ଜାମ : ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକ ଙ୍କୁ ଛୁରାମଡ଼ l ଗୁରୁତର ଅବସ୍ଥାରେ ଯୁବକ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତି l ସୂଚନା ମୁତାବକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଘସିବିଲି ଛକ କୁ ଜଳଖିଆ ଖାଇବାକୁ ଆସିଥିବା ପ୍ରିତମ କୁମାର ମହାନ୍ତି ଙ୍କୁ କମାଶାସନ ଗ୍ରାମର ଘନଶ୍ୟାମ ରେଡ଼ୀ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରି ଫେରାର ହିଯାଇଥିଲେ l

ସ୍ଥାନୀୟ ଲୋକ ଓ ପରିବାର ବର୍ଗ ଙ୍କ ସହାୟତାରେ ପ୍ରିତମ ଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ପ୍ରିତମ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଛୁରାମାଡ଼ର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଆଲୋଚନା ହେଉଛି l


Share: